ବିଶାଖାପାଟନମ୍: ଆନ୍ଧ୍ରପ୍ରେଦଶର ପୂର୍ବ ଗୋଦାବରୀ ଜିଲ୍ଲାରେ ଏକ ଦୁର୍ଘଟଣାଗ୍ରସ୍ତ ଗାଡିରୁ ମିଳିଛି ବିଡା ବିଡା ନୋଟ୍ ଭର୍ତ୍ତି ପେଟି । ଯାହାକୁ ଦେଖିବା ପରେ ସନ୍ଦେହ ଘେରକୁ ଆସିଛି ଏହି ଘଟଣା । ଏବେ ନିର୍ବାଚନ ସମୟ ଚାଲିଥିବାବେଳେ, ଏତେ ପରିମାଣର ଟଙ୍କା କେଉଁଆଡି ଯାଉଥିଲା ସେନେଇ ପୋଲିସ ଖୋଳତାଡ ଆରମ୍ଭ କରିଛି ।
ଖବର ମୁତାବକ, ଆଜି ନଲ୍ଲାଜର୍ଲା ମଣ୍ଡଳର ଅନନ୍ତପାଲ୍ଲିରେ ଲରି ଏକ ଟାଟା ଏସି ଗାଡିକୁ ଧକ୍କା ଦେଇଥିଲା । ଫଳରେ ଗାଡିଟି ଓଲଟି ପଡିଥିଲା । ଏଥିରେ ଥିବା ଟଙ୍କା ଭର୍ତ୍ତି ପେଟି ରାସ୍ତା ଉପରେ ପଡିଯାଇଥିଲା । ଯାହାକୁ ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ।
ଏହାପରେ ସମସ୍ତ ରହସ୍ୟ ଉନ୍ମୋଚନ ହୋଇଥିଲା । ଏହି ଗାଡିରେ ପେଟିରେ ନଗଦ ଟଙ୍କା ରଖାଯାଇଥିଲା । ଯାହାକୁ ପୋଲିସ ଜବତ କରିଛି । ଜବତ ପେଟିରେ ୭ କୋଟି ଟଙ୍କା ଥିବା ଜଣାପଡିଛି ।
#WATCH | Andhra Pradesh: Rs 7 Crores cash, kept in seven boxes, seized in East Godavari district.
A vehicle had overturned after being hit by a lorry at Anantapally in Nallajarla Mandal. Locals noticed that 7 cardboard boxes, containing cash, were being transferred in that… pic.twitter.com/KbQmb5M175
— ANI (@ANI) May 11, 2024
ତେବେ ଦୁର୍ଘଟଣାଗ୍ରସ୍ତ ଟାଟା ଏସି ଗାଡିଟି ଟଙ୍କା ନେଇ ବିଜୟଓ୍ୱାଡାରୁ ବିଶାଖାପଟମ୍ ଯାଉଥିଲା । ଦୁର୍ଘଟଣାରେ ଶିକାର ହୋଇଥିବା ଟାଟା ଏସି ଡ୍ରାଇଭର ଆହତ ହୋଇଛନ୍ତି । ତାଙ୍କୁ ପୋଲିସ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରି ଘଟଣାର ଛାନଭିନ୍ ଆରମ୍ଭ କରିଛି ।
Comments are closed.