Latest Odisha News

BREAKING NEWS

ରେଲୱେକୁ ନେଇ କେନ୍ଦ୍ର ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତେ ସଂଖ୍ୟାରେ ଚାଲିବ ନୂଆ ଟ୍ରେନ

ନୂଆଦିଲ୍ଲୀ: ରେଲୱେକୁ ନେଇ ଆସିଲା ବଡ଼ ଖବର। ବଜେଟରେ ରେଲୱେକୁ ଅଧିକ ଗୁରୁତ୍ୱ ଦିଆଯାଇଥିବା କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ। ସେ କହିଛନ୍ତି ରେଲୱେର ବିକାଶ ପାଇଁ ସରକାର ନିରନ୍ତର ପ୍ରୟାସ କରୁଛନ୍ତି। ଏଥିପାଇଁ 2.52 ଲକ୍ଷ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ଏହାସହ 17,500 ସାଧାରଣ କୋଚ୍, 200 ବନ୍ଦେ ଭାରତ ଏବଂ 100 ଅମୃତ ଭାରତ ଟ୍ରେନ୍ ନିର୍ମାଣ ଭଳି ପ୍ରକଳ୍ପ ବଜେଟରେ ଅନୁମୋଦନ କରାଯାଇଛି।

ଅଶ୍ୱନୀ ବୈଷ୍ଣବ ଆହୁରି କହୁଛନ୍ତି, 4.6 ଲକ୍ଷ କୋଟି ଟଙ୍କାର ନୂତନ ପ୍ରକଳ୍ପ ବଜେଟରେ ଅନ୍ତର୍ଭୁକ୍ତ ହୋଇଛି ଯାହା ଚାରିରୁ ପାଞ୍ଚ ବର୍ଷ ମଧ୍ୟରେ ଶେଷ ହେବ। ଏଗୁଡିକ ନୂଆ ଟ୍ରାକ ବିଛାଇବା, ଷ୍ଟେସନ ଉନ୍ନତିକରଣ,  ଓଭର ବ୍ରିଜ ଓ ଅଣ୍ଡର ପାସ୍ ଭଳି କାର୍ଯ୍ୟରେ ଖର୍ଚ୍ଚ କରାଯିବ।  ସେହିଭଳି ଆଗାମୀ ଦୁଇରୁ ତିନି ବର୍ଷ ମଧ୍ୟରେ 100 ଅମୃତ ଭାରତ, 50 ନାମୋ ଭାରତ ଏବଂ 200 ବନ୍ଦେ ଭାରତ ଟ୍ରେନ୍ – ଉଭୟ ସ୍ଲିପର ଏବଂ ଚେୟାର ନିର୍ମାଣ ହେବ। ନୂଆ ଅମୃତ ଭାରତ ଟ୍ରେନ୍ ସହିତ ଆମେ ଆହୁରି ଅନେକ ସ୍ୱଳ୍ପ ଦୂରଗାମୀ ସହରକୁ ସଂଯୋଗ କରିବୁ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି।

ସାଧାରଣ କୋଚକୁ  ନେଇ କେନ୍ଦ୍ର ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ କହିଛନ୍ତି ଯେ ଆସନ୍ତା ବର୍ଷରେ 17,500 ଟି କୋଚ୍ ନିର୍ମାଣ ପାଇଁ ଅନୁମୋଦନ କରାଯାଇଛି। ବିତ୍ତ ବର୍ଷ 2025-26ରେ, ଆମେ 2,000 ସାଧାରଣ କୋଚ୍ ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଛୁ । ଏହାସହ, ଏକ ହଜାର ନୂଆ ଫ୍ଲାଏଓଭର ନିର୍ମାଣକୁ ଅନୁମୋଦନ କରାଯାଇଛି  ବୋଲି ସେ କହିଛନ୍ତି।

Comments are closed.