Latest Odisha News

BREAKING NEWS

୫ ଦିନିଆ ଓଡି଼ଶା ଗସ୍ତରେ ମୋହନ ଭାଗବତ

ଭୁବନେଶ୍ୱର: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘଚାଳକ ଡ. ମୋହନ ଭାଗବତ ୫ ଦିନିଆ ଓଡିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଁଞ୍ଚିଛନ୍ତି। ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଦଳ ପକ୍ଷରୁ ସ୍ବାଗତ କରାଯାଇଛି।

ସୂଚନା ଅନୁଯାୟୀ, ଆସନ୍ତା ଜାନୁୟାରୀ ୩୧ରୁ ୩ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ଉତ୍କଳ ବିପନ୍ନ ସହାୟତା ସମିତି ଠାରେ ଅନୁଷ୍ଠିତ ହେବାକୁ ଥିବା ସଂଗଠନର ସାଂଗଠନିକ କାର୍ଯ୍ୟର ସମୀକ୍ଷା ଓ ସଂଘର ଶତାବ୍ଦୀ ବର୍ଷର ଯୋଜନା ବୈଠକରେ ଯୋଗଦାନ କରିବେ।

ଏହି ବୈଠକ କେବଳ ସାଂଗଠନିକ କାର୍ଯ୍ୟପାଇଁ ଉଦ୍ଦିଷ୍ଟ ବୋଲି ଜଣାପଡିଛି। ଏହାପରେ ସେ ୫ ଦିନିଆ ଓଡି଼ଶା ପ୍ରବାସ ସାରି ଫେବୃୟାରୀ ୩ ତାରିଖ ଦିନ ପ୍ରତ୍ୟାବର୍ତନ କରିବେ ବୋଲି ସଂଘର ଓଡିଶା ପୂର୍ବ ପ୍ରାନ୍ତର ପ୍ରାନ୍ତ ପ୍ରଚାର ପ୍ରମୁଖ ସୁମନ୍ତ କୁମାର ପଣ୍ଡା ପ୍ରକାଶ କରିଛନ୍ତି।

 

Comments are closed.