ମୁମ୍ବାଇ: ମାଆ ହେବେ ବଲିଉଡ଼ ଅଭିନେତ୍ରୀ ରୁବିନା ଦଲେକ । ଏହାକୁ ନେଇ ସେ ଓ ତାଙ୍କ ପରିବାର ଲୋକ ବହୁତ ଖୁସି ଅଛନ୍ତି । ଏନେଇ ଅଭିନେତ୍ରୀ ନିଜେ ସୋସିଆଲ ମିଡିଆରେ ଏହି ଖୁସି ଖବର ପ୍ରଶଂସକଙ୍କ ସହ ସେୟାର କରିଛନ୍ତି । ଏଥିସହିତ ସେ ବେବି ବମ୍ପର ଫଟୋ ମଧ୍ୟ ସେୟାର କରିଛନ୍ତି । ଏହି ଖବର ପାଇବା ପରେ ତାଙ୍କ ପ୍ରଶଂସକଙ୍କଠାରୁ ଶୁଭେଚ୍ଛାର ସୁଅ ଛୁଟୁଛି ।
ରୁବିନା ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି । କିଛି ଦିନ ହେବ ତାଙ୍କ ଗର୍ଭଧାରଣ ବିଷୟରେ ଖବର ପ୍ରଚାର ହୋଇଥିଲା । ପରେ ରୁବିନା ନିଜେ ସୋସିଆଲ ମିଡ଼ିଆରେ ଏହି ଖୁସି ଖବର ସେୟାର କରିଥିଲେ । ଏବେ ସେ ଚାରି ମାସର ଗର୍ଭବତୀ ଅଛନ୍ତି । ରୁବିନା ଆସନ୍ତା ବର୍ଷ ଆରମ୍ଭରେ ତାଙ୍କର ପ୍ରଥମ ଶିଶୁକୁ ଜନ୍ମ ଦେବେ ।
ଏନେଇ ରୁବିନା କହିଛନ୍ତି ଯେ, ମୁଁ ମୋର ପ୍ରଥମ ସନ୍ତାନକୁ ନେଇ ବହୁତ ଖୁସି ଏବଂ ଉତ୍ସାହିତ ଅଛି । ନୂଆ ଅତିଥି କିପରି ଭଲରେ ଆମ ଘରକୁ ଆସିବ ସେନେଇ ପୁରା ପରିବାର ଅପେକ୍ଷାରେ ଅଛନ୍ତି । ଏହାସହିତ ତାକୁ ସ୍ୱାଗତ କରିବା ପାଇଁ ଏବେଠାରୁ ପ୍ରସ୍ତୁତି ବି ଚଳାଇଛୁ । ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ପ୍ରଶଂସକଙ୍କ ଯାଏ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
Comments are closed.