Latest Odisha News

ବଲିଉଡ୍‌ରେ ଏଣ୍ଟ୍ରି କରିବେ ରୁବିନା

ମୁମ୍ବାଇ: ବଲିଉଡ୍‌ରେ ଏଣ୍ଟ୍ରି କରିବେ ଛୋଟ ପରଦାର ଛୋଟି ବୋହୁ ତଥା ଅଭିନେତ୍ରୀ ରୁବିନା ଡିଲାଇକ୍‌। ଛୋଟ ପରଦାରେ ବିଭିନ୍ନ ଚରିତ୍ରରେ ବେଶ୍‌ ନିଖୁଣ ଭାବେ ନିଭେଇପାରିଛନ୍ତି ରୁବିନା। ଏହାସହିତ ସେ ବିଗ୍‌ ବସ୍‌ ୧୪ର ବିଜେତା ମଧ୍ୟ ରହିଛନ୍ତି। ତେବେ ସେ ଖୁବ୍‌ଶୀଘ୍ର ବଲିଉଡ୍‌ରେ ପ୍ରବେଶ କରିବେ। ଏ ନେଇ ସେ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିସାରିଲେଣି।

ସେ ମ୍ୟୁଜିକ୍‌ କମ୍ପୋଜର୍‌ ପାଲାଶ ମୁଚାଲଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଅର୍ଦ୍ଧ’ରେ ଅଭିନୟ ଅବତୀର୍ଣ୍ଣ ହେବେ। ତେବେ ଏହି ଚଳଚ୍ଚିତ୍ରରେ ରୁବିନାଙ୍କ ସହିତ ଅଭିନେତା ହିତେନ ତେଜୱାନି ଏବଂ ହାସ୍ୟ ଅଭିନେତା ରାଜପାଳ ଯାଦବଙ୍କୁ ଦେଖିବାକୁ ମିଳିବ। ଅର୍ଦ୍ଧର ସୁଟିଂ ଚଳିତ ବର୍ଷ ସେପ୍ଟେମ୍ବରରେ ଆରମ୍ଭ ହେବାର ସମ୍ଭାବନା ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଫିଚର ଫିଲ୍ମ ବିଷୟରେ ଅଧିକ ତଥ୍ୟ ପ୍ରକାଶ ପାଇନାହିଁ।

Leave A Reply

Your email address will not be published.