Latest Odisha News

BREAKING NEWS

ବିନା ଭକ୍ତରେ ହେବ ଚଳିତ ବର୍ଷର ରୁକୁଣା ରଥଯାତ୍ରା, ଏସଓପି ଜାରି କଲା ବିଏମ୍‌ସି

ଭୁବନେଶ୍ୱର: ଚଳିତବର୍ଷ ବିନା ଭକ୍ତରେ ଗଡ଼ିବ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ । ଏନେଇ ବିଏମସି ପକ୍ଷରୁ ଅନୁମତି ଦିଆଯାଇଛି । ଅଶୋକାଷ୍ଟମୀରେ ହେବାକୁ ଥିବା ରୁକୁଣା ରଥ ଯାତ୍ରାରେ କୌଣସି ଶ୍ରଦ୍ଧାଳୁ ସାମିଲ୍ ହେବେ ନାହିଁ । କେବଳ ସେବାୟତଙ୍କୁ ନେଇ ରୁକୁଣା ରଥ ଯାତ୍ରା ସମ୍ପନ୍ନ ହେବ ବୋଲି ପ୍ରଶାସନ ନିଷ୍ପତ୍ତି ନେଇଛି । ଏନେଇ ନିର୍ଦ୍ଦେଶାବଳୀ ଜାରି କରିଛି ବିଏମସି ।

BjdElectrycity

ରଥ ଟଣା ପୂର୍ବରୁ ମନ୍ଦିର କର୍ତ୍ତୃପକ୍ଷ ବିଏମସି ସହଯୋଗରେ ରଥକୁ ସାନିଟାଇଜ୍ କରିବେ । ରଥ ଯାତ୍ରାର ୪୮ ଘଣ୍ଟା ପୂର୍ବରୁ ସମସ୍ତ ସେବାୟତଙ୍କର ବାଧ୍ୟତାମୂଳକ କରୋନା ଆରଟି-ପିସିଆର୍ ଟେଷ୍ଟ କରାଯିବ । କେବଳ ନେଗେଟିଭ୍ ରିପୋର୍ଟ ଆସିଥିବା ସେବାୟତ ରୁକୁଣା ରଥ ଯାତ୍ରାରେ ସାମିଲ୍ ହୋଇପାରିବେ । କୋଭିଡ୍ ନେଗେଟିଭ୍ ଚିହ୍ନଟ ସେବାୟତ ମୁହଁରେ ମାସ୍କ ପିନ୍ଧି ରଥ ଟାଣିବେ । ଯାତ୍ରା ସମୟରେ ସାମାଜିକ ଦୂରତା ରକ୍ଷା କରିବେ ।

ମନ୍ଦିର କର୍ତ୍ତୃପକ୍ଷ ନିୟମିତ ଭାବେ ସେବାୟତଙ୍କ ଥର୍ମାଲ୍ ସ୍କ୍ରିନିଂ ସହ ହ୍ୟାଣ୍ଡ ସାନିଟାଇଜେସନ୍ ବ୍ୟବସ୍ଥା କରିବେ । ରଥ ଯାତ୍ରା ସମୟରେ ଜନସମାଗମ ଏଡ଼ାଇବାକୁ ମୀନା ବଜାର, ସାଂସ୍କୃତିକ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଏଥିସହ ରଥ ଯାତ୍ରା ବେଳେ ବାଣ ଫୁଟାଇବା ଉପରେ ପ୍ରତିବନ୍ଧକ ଲାଗୁ କରାଯାଇଛି । ଯାତ୍ରା ବେଳେ କେହି ଛେପ ପକାଇବେ ନାହିଁ । ନିୟମର ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଏମସି କହିଛି ।

Leave A Reply

Your email address will not be published.