Latest Odisha News

BREAKING NEWS

ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ନୀତି ନିର୍ଘଣ୍ଟ, ଅପରାହ୍ନ ୩ଟା ୩୦ରେ ଟଣା ହେବ ରଥ

ଭୁବନେଶ୍ବର : ଆସନ୍ତା ୨୦ ତାରିଖରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା । ଏଥର ଅପରାହ୍ନ ୩ଟା ୩୦ରେ ଟଣାହେବ ରୁକୁଣା ରଥ । ଏନେଇ ନିଷ୍ପତ୍ତି ନେଇଛି ଟ୍ରଷ୍ଟ ବୋର୍ଡ । କୋଭିଡ ମାର୍ଗଦର୍ଶିକା ଅନୁଯାୟୀ ରଥ ଉପରେ ୨୦ରୁ୨୫ ଜଣ ସେବାୟତ ରହିବେ । ସେହିପରି ରଥଟଣାରେ ମୋଟ ୧୦୦ ଜଣ ସେବାୟତ ଓ ପୋଲିସ ନିୟୋଜିତ ରହିବେ । ଗୋଟିଏ ଦିନରେ ରଥ ପହଞ୍ଚିବା ନେଇ ନୀତି ନିର୍ଗଣ୍ଟ ହୋଇଛି । ରଥଯାତ୍ରାରେ ନିୟୋଜିତ ସମସ୍ତ ସେବାୟତ ଓ ପୋଲିସ କର୍ମୀଙ୍କ ଆରଟିପିସିଆର ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ । ସେହିପରି ମାଉସୀ ମା’ ମନ୍ଦିରରୁ ବାହୁଡ଼ା ଦିନ ଅପରାହ୍ନ ୩ଟାରୁ ଆରମ୍ଭ ହେବ ରଥଟଣା । ବୈଠକ ପରେ ମନ୍ଦିର ପ୍ରଶାସନର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ ଦାସ ଏନେଇ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.