ମୁମ୍ବାଇ: ରୂପାଲି ଗାଙ୍ଗୁଲି ଅଭିନୀତ ‘ଅନୁପମା’ ଧାରାବାହିକ ର ନୂଆ ପ୍ରୋମୋ ରିଲିଜ୍ ହୋଇଛି। ଏଥିରେ ଅଭିନେତ୍ରୀ ମୁମ୍ବାଇ ଯାଇ ଫିଲ୍ମ ଷ୍ଟୁଡିଓରେ ପ୍ରବେଶ କରିବା ସହ ଏକ ଫିଲ୍ମ କିପରି ସୁଟିଂ ହେଉଛି ତାହା ଦେଖି ମୁଗ୍ଧ ହେଉଥିବାର ଦେଖାଯାଉଛି।
ତେବେ ଏହି ପ୍ରୋମୋକୁ ନେଇ ଅନେକ ପ୍ରତିକ୍ରିୟା ଦେଖିବାକୁ ମିଳିଛି।
ଜଣେ ପ୍ରଶଂସକ ପୋଷ୍ଟ କରିଛନ୍ତି ଯେ ଯେତେବେଳେ ITV ନିଜେ ଦର୍ଶକ ହୋଇ ନିଜ କାମକୁ ଦେଖନ୍ତି ଓ ପ୍ରଶଂସକ ମାନଙ୍କ ଭଳି ପ୍ରତିକ୍ରିୟା ମଧ୍ୟ ଦିଅନ୍ତି ତାହା ଅତ୍ୟନ୍ତ ଆକର୍ଷଣୀୟ ହୋଇଥାଏ।ଜଣେ ବ୍ୟକ୍ତି କେତେ ସୁନ୍ଦର ହୋଇପାରେ ତାହା ରୂପାଲି ଗାଙ୍ଗୁଲି ଙ୍କ ଠାରୁ ଶିଖିବା କଥା ବୋଲି ମଧ୍ୟ କୁହ ଯାଇଛି। ମୁଁ ମଧ୍ୟ ଜୀବନରେ ଥରେ ଏହା ଅନୁଭବ କରିବାକୁ ଚାହୁଁଛି ଯେ କିପରି ପ୍ରକୃତରେ ସୁଟିଂ ହୁଏ ଏବଂ ଆମର RGM କୁ କଏଦ କରିବାକୁ ଚାହୁଁଛି ବୋଲି ମଧ୍ୟ ସେ ଲେଖିଛନ୍ତି।
ଯାହାକୁ ନେଇ କୃତଜ୍ଞତା ପ୍ରକାଶ କରି ରୂପାଲି ଲେଖିଛନ୍ତି ଯେ ହୁଏତ ସମସ୍ତଙ୍କ ପାଇଁ ସେମାନେ ପ୍ରଶଂସକ ଅଟନ୍ତି କିନ୍ତୁ ସେମାନେ ତାଙ୍କର ଡିଜିଟାଲ୍ ପରିବାର। ଏହି ଟିଭି ଇଣ୍ଡଷ୍ଟ୍ରୀ ଓ ସମସ୍ତ ଦର୍ଶକ ଏବଂ ଅନୁପମା ଓ ରୂପାଲିଙ୍କ ସହିତ ସର୍ବଦା ଠିଆ ହୋଇଥିବା ସୁପରଫ୍ୟାନ୍ ଝିଅ ଏବଂ ପୁରୁଷମାନଙ୍କୁ ସେ କୃତଜ୍ଞତା ଜଣାଇବା ପାଇଁ ଏକ ଛୋଟ ପ୍ରୟାସ ବୋଲି କହିଛନ୍ତି।
ତେବେ ନିକଟରେ ରିଲିଜ ହୋଇଥିବା ପ୍ରୋମୋ ଅନୁଯାୟୀ ଏକ ଏଣ୍ଟରଟେନମେଣ୍ଟ କମ୍ପାନୀ ଅନୁପମା ଏବଂ ତାଙ୍କ ଡ୍ୟାନ୍ସ ଟିମକୁ ନୃତ୍ୟ ପ୍ରଦର୍ଶନ ପାଇଁ ମୁମ୍ବାଇକୁ ନିମନ୍ତ୍ରଣ କରିଛି।
ତେବେ ଏହି ଶୋ’ ଲୋକପ୍ରିୟ ଟେଲିଭିଜନ ଶୋ’ ମଧ୍ୟରୁ ଅନ୍ୟତମ। କାରଣ ଏଥିରେ ଆଦ୍ରିଜା ରୟ, ଶିବମ୍ ଖଜୁରିଆ, ଅଳ୍ପନା ବୁଚ୍, ରହିଲ୍ ଆଜମ୍, ଜାଲକ୍ ଦେଶାଇ, ମନୀଷ ଗୋଏଲ୍, ରଣଦୀପ ରାୟ ଏବଂ ଅନ୍ୟମାନେ ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।
Comments are closed.