Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ଦୁର୍ଗମ ଅଞ୍ଚଳରେ ଜନ୍ତୁ ଆତଙ୍କ। ଗାଁରେ ବିଦ୍ୟାଳୟ ଦାବି

ଢେଙ୍କାନାଳ : ଗାଁରେ ନାହିଁ ସ୍କୁଲ । ବଣ ପାହାଡ ଘେରା ଅଞ୍ଚଳ। ତା ସାଙ୍ଗକୁ ଜଙ୍ଗଲ ରାସ୍ତା ଅତିକ୍ରମ କରି ପାଠ ପଢିବାକୁ ଯାଉଛନ୍ତି କୁନି କୁନି ପିଲା ମାନେ। ଘଞ୍ଚ ଜଙ୍ଗଲ ସାଙ୍ଗକୁ ଜଙ୍ଗଲୀ ଜନ୍ତୁ ଆତଙ୍କ। ଆଉ ଏଥିରୁ ବାଦ୍ ପଡ଼ୁନାହାନ୍ତି ହାତୀ ପଲ। ଜୀବନକୁ ପାଣି ଛଡାଇ ବିଦ୍ୟାଳୟକୁ ଯାଉଥିବା ବେଳେ ଏନେଇ ଅଭୀଭାବକ ମାନେ ଆଣିଛନ୍ତି ଅଭିଯୋଗ। ଏହି ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ପରଜଙ୍ଗ ଚକ୍ରଧରପୁର ଗାଁରେ।

ଗାଁର ୨୫ ପିଲାଙ୍କ ସହିତ ସେମାନଙ୍କ ପରିବାର ଲୋକେ ଅଭିଯୋଗ ନେଇ ପହଞ୍ଚିଛନ୍ତି। ଗାଁରେ ଥିବା ବିଦ୍ୟାଳୟ ବନ୍ଦ ହୋଇଯାଇଥିବାବେଳେ ପିଲାମାନେ ବିପଦ ସଙ୍କୁଳ ଅବସ୍ଥାରେ ପ୍ରାୟ ୫କିଲୋମିଟର ଦୂରକୁ ଯାଉଛନ୍ତି ପଢିବାକୁ। ଦୁର୍ଗମ ରାସ୍ତା ସହ ସ୍ଥାନୀୟ ଅଞ୍ଚଳରେ ହାତୀ ମାତିଛି। ଯାହାପାଇଁ ଗାଁରେ ଥିବା ବିଦ୍ୟାଳୟ ପୁଣିଥରେ ଆରମ୍ଭ କରିବାକୁ ଦାବି ହୋଇଛି।

ସେପଟେ ଘଟଣାକୁ ବେଶ ଗୁରୁତର ସହକାରେ ନେଇଛନ୍ତି ଜିଳ୍ଲାପାଳ। ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଆସିଲେ ଖୁବଶିଘ୍ର ପଦକ୍ଷେପ ନିଆଯିବ ବୋଲି ଜିଳ୍ଲାପାଳ ଦେଇଛନ୍ତି ପ୍ରତିଶ୍ରୁତି।

ପ୍ରତିଥର ଲୋକେ ସମସ୍ୟାନେଇ ଅଭିଯୋଗ କରୁଥିବା ବେଳଏବେ ପୁଣି ସେଇସମାନ ଅଭିଯୋଗ। ତେବେ ଚଳିଥର ସମାଧାନ ହେଉଛି କି ଏହାକୁ ଅଣଦେଖା କରାଯାଉଛି ତା ଉପରେ ସମସ୍ତଙ୍କ ନଜର।

 

Leave A Reply

Your email address will not be published.