କନ୍ଧମାଳ: ବିଲ ହୁଡା ପଥର ସନ୍ଧିରୁ ବାହାରୁଛି ଡିଜେଲ । ଲୋକେ ବାଲଟି, ବୋତଲ, ଜାର୍, ମଗ ଧରି ବୋହି ନେଉଛନ୍ତି ଡିଜେଲ୍ । କନ୍ଧମାଳ ଦାରିଙ୍ଗବାଡି ଲଦପଙ୍ଗା ଅଚଂଳରେ ଦେଖିବାକୁ ମିଳିଛି ଏଭଳି କିଛି ଦୃଶ୍ୟ । ବିଲ ହୁଡାର ପଥର ସନ୍ଧିରୁ ଡିଜେଲ ଝରୁଥିବା ଦେଖିବାକୁ ମିଳିଛି । ଖବର ପ୍ରସାରିତ ହେବା ପରେ ଡିଜେଲ ସଂଗ୍ରହ କରିବାକୁ ସେଠାରେ ଲୋକଙ୍କ ଭିଡ ଜମିଛି । ତେବେ କିପରି ସେଠାରେ ଡିଜେଲ ବାହାରୁଛି ତାକୁ ନେଇ ସନ୍ଦେହ ଉପୁଜିଛି । ଘଟଣାସ୍ଥଳରେ ପୋଲିସ ପହଂଚି ଲୋକଙ୍କୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରିଛି ।
ଘଟଣାର ଅନୁସନ୍ଧାନ ପରେ ଜଣାପଡିଛି ଯେ, ଡିଜେଲ ବାହାରୁଥିବା ସ୍ଥାନରୁ ମାତ୍ର ୪ଶହ ମିଟର ଦୂରରେ ରହିଛି ଏକ ପେଟ୍ରୋଲ ପମ୍ପ । ତେଣୁ ଏହି ଟାଙ୍କିରୁ ଲିକ୍ ହୋଇ ଡିଜେଲ ଆସୁଥିବା ଆଶଙ୍କା କରାଯାଉଛି । ସେପଟେ ପେଟ୍ରୋଲ ପମ୍ପ ମାଲିକ କିନ୍ତୁ ଏହି କଥାକୁ ଖଣ୍ଡନ କରିଛନ୍ତି । ଏହାପରେ ପଥର ସନ୍ଧିରୁ ଡିଜେଲ ବାହାରିବାକୁ ନେଇ ରହସ୍ୟ ଆହୁରି ବଢ଼ିଯାଇଛି । ସେପଟେ ମାଗଣା ଡିଜେଲ ପାଇବା ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି । ଡିଜେଲ ବୋହି ନେବାକୁ ହଜାର ହଜାର ଲୋକେ ରୁଣ୍ଡ ହୋଇଛନ୍ତି ।
BREAKING NEWS
- ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜର ବାକିତକ ମ୍ୟାଚରୁ ଓହରିଲେ ୱାଶିଂଟନ ସୁନ୍ଦର
- ସଫଳ ହେବ କି PSLV ମିଶନ ? ଉଦ୍ଦିଷ୍ଟ ପଥରୁ ବିଚ୍ୟୁତ ହେଲା ରକେଟ୍
- ଇରାନ ଉତ୍ତେଜନା: ୫୩୮ଜଣଙ୍କ ମୃତ୍ୟୁ, ୧୦ ହଜାରରୁ ଊର୍ଦ୍ଧ୍ୱ ଗିରଫ
- Golden Globe Awards 2026: ଓୱେନ୍ କୁପର୍ଙ୍କୁ ଗୋଲ୍ଡେନ୍ ଗ୍ଲୋବ୍ ପୁରସ୍କାର
- ସୋଲାନରେ ଅଗ୍ନିକାଣ୍ଡ: ଶିଶୁ ମୃତ, ୯ ଆହତ
- ‘ମୁଁ ହେଇଥିଲେ, ଇରାନୀ ନେତାଙ୍କୁ ହତ୍ୟା କରିଥାନ୍ତି,’ ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ଖାମେନେଇଙ୍କୁ ଦେଲେ ଆଶ୍ଚର୍ଯ୍ୟଜନକ ଧମକ…
- ଡ୍ୟୁଟି ବେଳେ ହୋମଗାର୍ଡଙ୍କ ମୃତ୍ୟୁ
- ISRO ଉତ୍କ୍ଷେପଣ କଲା PSLV-C62 ରକେଟ୍ ‘ଅନ୍ୱେଷା’
- Rourkela Plane Crash: ବିମାନ ଦୁର୍ଘଟଣାସ୍ଥଳ ଅନୁଧ୍ୟାନ କଲେ ପରିବହନ ମନ୍ତ୍ରୀ, କହିଲେ ଭଗବାନ ଆମକୁ ରକ୍ଷା କରିଦେଲେ…
- ନିଜକୁ ‘ଭେନେଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତି’ କହିଲେ ଡୋନାଲ୍ଡ ଟ୍ରମ୍ପ, ନିଜ ପୋଷ୍ଟରେ କଲେ ଦାବି…
Comments are closed.