କନ୍ଧମାଳ: ବିଲ ହୁଡା ପଥର ସନ୍ଧିରୁ ବାହାରୁଛି ଡିଜେଲ । ଲୋକେ ବାଲଟି, ବୋତଲ, ଜାର୍, ମଗ ଧରି ବୋହି ନେଉଛନ୍ତି ଡିଜେଲ୍ । କନ୍ଧମାଳ ଦାରିଙ୍ଗବାଡି ଲଦପଙ୍ଗା ଅଚଂଳରେ ଦେଖିବାକୁ ମିଳିଛି ଏଭଳି କିଛି ଦୃଶ୍ୟ । ବିଲ ହୁଡାର ପଥର ସନ୍ଧିରୁ ଡିଜେଲ ଝରୁଥିବା ଦେଖିବାକୁ ମିଳିଛି । ଖବର ପ୍ରସାରିତ ହେବା ପରେ ଡିଜେଲ ସଂଗ୍ରହ କରିବାକୁ ସେଠାରେ ଲୋକଙ୍କ ଭିଡ ଜମିଛି । ତେବେ କିପରି ସେଠାରେ ଡିଜେଲ ବାହାରୁଛି ତାକୁ ନେଇ ସନ୍ଦେହ ଉପୁଜିଛି । ଘଟଣାସ୍ଥଳରେ ପୋଲିସ ପହଂଚି ଲୋକଙ୍କୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରିଛି ।
ଘଟଣାର ଅନୁସନ୍ଧାନ ପରେ ଜଣାପଡିଛି ଯେ, ଡିଜେଲ ବାହାରୁଥିବା ସ୍ଥାନରୁ ମାତ୍ର ୪ଶହ ମିଟର ଦୂରରେ ରହିଛି ଏକ ପେଟ୍ରୋଲ ପମ୍ପ । ତେଣୁ ଏହି ଟାଙ୍କିରୁ ଲିକ୍ ହୋଇ ଡିଜେଲ ଆସୁଥିବା ଆଶଙ୍କା କରାଯାଉଛି । ସେପଟେ ପେଟ୍ରୋଲ ପମ୍ପ ମାଲିକ କିନ୍ତୁ ଏହି କଥାକୁ ଖଣ୍ଡନ କରିଛନ୍ତି । ଏହାପରେ ପଥର ସନ୍ଧିରୁ ଡିଜେଲ ବାହାରିବାକୁ ନେଇ ରହସ୍ୟ ଆହୁରି ବଢ଼ିଯାଇଛି । ସେପଟେ ମାଗଣା ଡିଜେଲ ପାଇବା ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି । ଡିଜେଲ ବୋହି ନେବାକୁ ହଜାର ହଜାର ଲୋକେ ରୁଣ୍ଡ ହୋଇଛନ୍ତି ।
BREAKING NEWS
- ପଣ୍ଡିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରକଳ୍ପ ଅଟକଳ ବଢାଇବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
- Aahar scheme:‘ଆହାର’ ଯୋଜନାକୁ ବାଧାହୀନ ଭାବେ ଚାଲୁ ରଖିବା ପାଇଁ ନିଆଗଲା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ
- Supply of essential goods: ଏନ୍ଫୋର୍ସମେଣ୍ଟ ସ୍କ୍ବାଡ୍ ୨୪ ଘଣ୍ଟିଆ ସଜାଗ ରହନ୍ତୁ,ଜିଲ୍ଲାପାଳମାନେ ମାର୍କେଟ ସ୍ଥିତି ଅନୁଧ୍ୟାନ କରନ୍ତୁ: ମୁଖ୍ୟମନ୍ତ୍ରୀ
- ଯଶସ୍ୱୀ, ବୈଭବଙ୍କ ବିସ୍ଫୋରକ ବ୍ୟାଟିଂ: ରାଜସ୍ଥାନ ନିକଟରୁ ଶୋଚନୀୟ ଭାବେ ହାରିଲା ଚେନ୍ନାଇ
- BJP: ପଦ୍ମ ଧରିଲେ କେନ୍ଦୁଝରଗଡ଼ ପୌର ଉପାଧ୍ୟକ୍ଷଙ୍କ ସହ ୮ କାଉନସିଲର
- Bbsr-Singapore Flights Cancelled:ଯୁଦ୍ଧର ପ୍ରଭାବ…ଭୁବନେଶ୍ବରରୁ ସିଙ୍ଗାପୁରକୁ ଅନ୍ତର୍ଜାତୀୟ ବିମାନସେବା ବନ୍ଦ
- ଅଏଲ୍ ଇଣ୍ଡିଆ ଏବଂ ସିଏସଆଇଆର-ଆଇଏମଏମଟି ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ
- ହାର୍ଦ୍ଦିକଙ୍କ ବ୍ୟାଟ ଚୋରୀ କରି ନେଇଗଲେ ରିଙ୍କୁ
- AI in healthcare: ଅଙ୍ଗ ପ୍ରତିରୋପଣ କ୍ଷେତ୍ରରେ ଭାରତ ବିଶ୍ୱର ତୃତୀୟ ଶ୍ରେଷ୍ଠ ଦେଶ
- କମାଣ୍ଡର ଚେଲ୍ଲୁରି ନାରାୟଣ ରାଓଙ୍କ ସମେତ ୮ ନକ୍ସଲଙ୍କ ଆତ୍ମସମର୍ପଣ ,ମୁଣ୍ଡରେ ଥିଲା ୨୫ଲକ୍ଷ
Comments are closed.