Latest Odisha News

BREAKING NEWS

ୟୁକ୍ରେନ୍‌ ଉପରେ ବିଭିନ୍ନ ପଟୁ ଆକ୍ରମଣ ଜାରି ରଖିଛି ଋଷ୍

ନୂଆଦିଲ୍ଲୀ : ଋଷିଆ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଛି । ପ୍ରଚଣ୍ଡ ଆକ୍ରମଣ ସହ ଗୋଟିଏ ପରେ ଗୋଟିଏ ସ୍ଥାନ ଋଷ କବଜା କରିବା ଆରମ୍ଭ କରିଛି ।ଋଷର ଶସସ୍ତ୍ର ବାହିନୀ ଭିନ୍ନ ଭିନ୍ନ ପ୍ରାନ୍ତରୁ ୟୁକ୍ରେନ ସହର ଗୁଡିକ ଉପରେ ଆକ୍ରମଣ ଜାରି ରଖିଛନ୍ତି । ଏଥିସହ ୟୁକ୍ରେନ ଦେଶର ସାମରିକ ଆଇନ ଜାରି କରିବା ସହିତ ସୁରକ୍ଷା ପ୍ରତି ବିପଦ ଥିବାରୁ ବେସମାରିକ ବିମାନ ଚଳାଚଳ ବନ୍ଦ କରିଦେଇଛି ।

କିଏଭ୍ ବିମାନ ବନ୍ଦରରୁ ଯାତ୍ରୀମାନଙ୍କୁ ସ୍ଥାନାନ୍ତର କରାଯାଇଛି ।ଋଷ୍ ଆକ୍ରମଣ କରିବା ଭିତରେ ୟୁକ୍ରେନ ‘ମାର୍ଶଲ ଲ’ ଘୋଷଣା କରିଛି । ଏହି ମାର୍ଶଲ ଲ ଘୋଷଣା ପରେ କିଭ ବିମାନ ବନ୍ଦରକୁ ଖାଲି କରାଯାଉଛି ।ଏବେବି କିଭ ସହିତ ବିଭିନ୍ନ ସ୍ଥାନରେ ବିସ୍ପୋରଣ ଜାରି ରହିଛି । ସେପଟେ ୟୁକ୍ରେନ ମଧ୍ୟ ଋଷ ସେନାକୁ ପ୍ରତିରୋଧ କରିବା ଲାଗି ବିମାନ ଆକ୍ରମଣ ସାଇରନ ବଜାଉଛି । ଆକ୍ରମଣ ଜାରି ରହିଥିବା ବେଳେ ,ୟୁକ୍ରେନ ବାସୀଙ୍କୁ ସୁରକ୍ଷା ଜାରି ରହିବ ବୋଲି ୟୁକ୍ରେନ ସାଂସଦ ସୋଫିଆ ଫେଦିନା କହିଛନ୍ତି ।

Comments are closed.