Latest Odisha News

BREAKING NEWS

ରୁଷିଆ ହାତ ଛାଡୁଛନ୍ତି ଖେଳ ଦୁନିଆ

ମସ୍କୋ: ୟୁକ୍ରେନ ଉପରେ ଆକ୍ରମଣ କରିବା ନେଇ ରୁଷ ଧିରେ ଧିରେ ଅଲଗା ପଡି ଯାଉଛି । ବିଭିନ୍ନ ଆର୍ଥୀକ ପ୍ରତିବନ୍ଧ ମଧ୍ୟରେ ଖେଳ ଦୁନିଆ ଏବେ ରୁଷ ହାତ ଛାଡୁଛନ୍ତି । ସବୁଠାରୁ ବଡ କ୍ଲବ ଫୁଟବଲ ଟୁର୍ଣ୍ଣାମେଂଟ ଚାମ୍ପିୟନ୍ସ ଲିଗ ଫାଇନାଲର ଆୟୋଜନ ଅଧିକାର ରୁଷଠାରୁ ଛଡାଇ ନିଆଯାଇଛି । ସେହିପରି ଫିଫା ୨୦୨୨ ବିଶ୍ୱକପ ଯୋଗ୍ୟତା ପର୍ଯ୍ୟାୟ ମୁକାବିଲା, ଫର୍ମୁଲା ୱାନ ରସିଆନ ଗ୍ରାଁ ପ୍ରି ଓ ଆନ୍ତର୍ଜାତୀୟ ସ୍କି ମହାସଂଘ ବିଶ୍ୱକପ ଇଭେଂଟକୁ ବାତିଲ କରିଛି ।

ଆନ୍ତର୍ଜାତୀୟ ଅଲିମ୍ପିକ କମିଟି ରୁଷ କିମ୍ବା ବେଲାରୁଷରେ ଏବେ କୌଣସି ପ୍ରତିଯୋଗିତା ଆୟୋଜନ ନ କରିବା ପାଇଁ ପରାମର୍ଶ ଦେଇଛନ୍ତି । ଆନ୍ତର୍ଜାତୀୟ ଚେସ ମହାସଂଘ ମଧ୍ୟ ତାର କେତେଗୁଡିଏ ପ୍ରତିଯୋଗିତା ରୁଷରେ ଆୟୋଜନ ନ କରିବା ପାଇଁ ନିର୍ଦ୍ଦେଶ ଦେଇଛି ।

Comments are closed.