Latest Odisha News

BREAKING NEWS

ମଧ୍ୟ ଏସିଆରେ ଅସ୍ଥିରତା ସୃଷ୍ଟି ପାଇଁ ଆଫଗାନିସ୍ତାନରେ ପ୍ରବେଶ କରୁଛନ୍ତି ଇରାକ, ସିରିୟାର ଆତଙ୍କବାଦୀ !

ନୂଆଦିଲ୍ଲୀ: ମଧ୍ୟ ଏସିଆରେ ଅଶାନ୍ତି ସୃଷ୍ଟି କରିବା ପାଇଁ ଇରାକ ଓ ସିରିୟାର କୁଖ୍ୟାତ ଆତଙ୍କବାଦୀମାନେ ଆଫଗାନିସ୍ତାନରେ ପ୍ରବେଶ କରୁଛନ୍ତି । ଏହା ଏକ ଚିନ୍ତାର ବିଷୟ ବୋଲି ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁତିନ କହିଛନ୍ତି । ଆଫଗାନିସ୍ତାନରେ ସ୍ଥିତି ଭଲ ନାହିଁ । ଯୁଦ୍ଧରେ ପାରଙ୍ଗମ ଆତଙ୍କବାଦୀମାନେ ପଡୋଶୀ ଦେଶଗୁଡିକରେ ଶରଣାର୍ଥୀ ଭାବେ ପ୍ରବେଶ କରିବା ଆରମ୍ଭ କରିଛନ୍ତି ।

ତାଲିବାନମାନେ ଆଫଗାନିସ୍ତାନକୁ କବଜା କରିବା ପରେ ରୁଷିଆ ତାର ପଡୋଶୀ ଦେଶ ଉଜବେକିସ୍ତାନ ଓ ତାଜିକସ୍ତାନରେ ମିଲିଟ୍ରି ଡ୍ରିଲ ଆୟୋଜିତ କରିଛି । ସେହିପରି ନିଶାଦ୍ରବ୍ୟ ଅଫିମ ଓ ହେରୋଇନ ମଧ୍ୟ ଅନ୍ୟ ଦେଶକୁ ପଠାଇବା ପାଇଁ ଆଫଗାନିସ୍ତାନରେ ସମସ୍ତ ପ୍ରକାର ଉଦ୍ୟମ ଚାଲିଛି ବୋଲି ପୁତିନ କହିଛନ୍ତି ।

Leave A Reply

Your email address will not be published.