Latest Odisha News

BREAKING NEWS

ଜାତିସଂଘ ମାନବାଧିକାର ପରିଷଦରୁ ନିଲମ୍ବିତ ହେଲା ଋଷିଆ, ଭାରତ ଦେଲାନି ଭୋଟ୍

ପାଶ୍ଚାତ୍ୟ ଦେଶମାନେ ବର୍ତ୍ତମାନର ମାନବାଧିକାର ସଂରଚନା ଭାଙ୍ଗିବାକୁ ଚେଷ୍ଟା କରୁଥିବା କହିଲା ଋଷିଆ

ନୂଆଦିଲ୍ଲୀ: ଜାତିସଂଘ ମାନବାଧିକାର ପରିଷଦରୁ ନିଲମ୍ବିତ ହେଲା ଋଷିଆ । ଜେନେରାଲ ଆସେମ୍ବ୍ଲି ଋଷିଆ ବିପକ୍ଷରେ ଭୋଟ ଦେଇ ବିଦା କରିଛି । ୟୁକ୍ରେନ ଉପରେ ଆକ୍ରମଣକୁ ନେଇ ଜାତିସଂଘରେ ଋଷିଆକୁ ମାନବାଧିକାର ପରିଷଦକୁ ନିଲମ୍ବନ କରିବା ପାଇଁ ହୋଇଥିଲା ଭୋଟ୍ ।

୯୩ଟି ଦେଶ ଋଷିଆ ବିପକ୍ଷରେ ଭୋଟ୍ ଦେଇଥିଲେ । ୨୪ଟି ଦେଶ ଋଷିଆ ସପକ୍ଷରେ ଭୋଟ୍ ଦେଇଥିଲେ । ଆଉ ୫୭ଟି ଦେଶ ଏହି ଭୋଟରୁ ବିରତ ରହିଥିଲେ । ଯେଉଁଥିରେ ଭାରତ ସାମିଲ ଅଛି ।
ଭାରତ ବୁଚାରେ ହୋଇଥିବା ବର୍ବର ହତ୍ୟାକାଣ୍ଡକୁ ନିନ୍ଦା କରିଥିଲା । ଏହାର ଏକ ସ୍ୱତନ୍ତ୍ର ତଦନ୍ତ ହେବାର ଆବଶ୍ୟକତା ଜଣାଇ ଭୋଟରୁ ବିରତ ରହିଲା ।

ତେବେ ଉଭୟ ପକ୍ଷକୁ ନିଜ ନିଜ ମତ ଉପସ୍ଥାପନା କରିବାକୁ ଅଧିକାର ମିଳଥିଲା । ୟୁକ୍ରେନ ପ୍ରତିନିଧି ଋଷିଆ ଆକ୍ରମଣକୁ ଅମାନବୀୟ ଏବଂ ଏହା ଯୁଦ୍ଧ ଅପରାଧ ବୋଲି ଦର୍ଶାଇଥିଲେ । ଏହି ଯୁଦ୍ଧ ମାନବାଧିକାର ବିରୋଧୀ ବୋଲି ୟୁକ୍ରେନ ପ୍ରତିନିଧି ଜାତିସଂଘରେ କହିଥିଲେ ।

ସେପଟେ ଏହାର ପ୍ରତିପକ୍ଷ ଋଷିଆ, ପାଶ୍ଚାତ୍ୟ ଦେଶମାନେ କିଭଳି ଯୋଜନାବଦ୍ଧ ଭାବେ ବର୍ତ୍ତମାନର ମାନବାଧିକାର ସଂରଚନା ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି । ପାଶ୍ଚାତ୍ୟ ଦେଶ ଏବଂ ସେମାନଙ୍କ ସହଯୋଗୀ ଏହି ଷଡ଼ଯନ୍ତ୍ରରେ ସାମିଲ । ସମସ୍ତ ସଦସ୍ୟ ଏହାକୁ ବୁଝିବା ଦରକାର । ଏହା ବିରୋଧରେ ଭୋଟ ଦେବା ଆବଶ୍ୟକ ବୋଲି କହିଥିଲେ ଋଷିଆ ପ୍ରତିନିଧି ।

ଆମେରିକା ପ୍ରତିନିଧି ଲିଣ୍ଡା ଥୋମାସ ଋଷିଆର ନିଲମ୍ବନ ପାଇଁ ପ୍ରସ୍ତାବ ଦେବା ପରେ ଭୋଟ ହୋଇଥିଲା । ଫଳସ୍ୱରୂପ ଋଷିଆ ମାନବାଧିକାର ପରିଷଦରୁ ନିଲମ୍ବିତ ହୋଇଛି ।

Leave A Reply

Your email address will not be published.