Latest Odisha News

BREAKING NEWS

ରୁଷିଆରୁ ଆସି ଓଡ଼ିଶାରେ ଆଖିବୁଜିଲେ ପର୍ଯ୍ୟଟକ, ସନ୍ଦେହ ଘେରରେ ମୃତ୍ୟୁ

ରାୟଗଡା: ଭାରତ ବୁଲିବା ପାଇଁ ରୁଷିଆରୁ ଆସିଥିଲେ  । ଓଡ଼ିଶା ଦାରିଂବାଡି ବୁଲିବା ପରେ  ରାୟଗଡ଼ା ଯାଇଥିଲେ । ରାୟଗ୍‌ଡ଼ା  ଆସି ଆଖିବୁଜିଲେ ୬୧ ବର୍ଷୀୟ ରୁଷିଆ ପର୍ଯ୍ୟଟକ ।ମୃତ ପର୍ଯ୍ୟଟକଙ୍କ ନା ବ୍ଲାଡ଼ିମିର ବିଦାନୋଭ । ଅତ୍ୟଧିକ ମଦ୍ୟପାନ ହେତୁ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି । ତେବେ ବ୍ଲାଦିମାରଙ୍କ ମୃତ୍ୟୁ ନେଇ ସନ୍ଦେହ ପ୍ରକାଶ ପାଇଛି ।

ଗତ ୨୧ ତାରିଖ ଦିନ ଦାରିଙ୍ଗବାଡ଼ି ଠାରୁ ରାୟଗଡ଼ା ଆସିଥିଲେ ବ୍ଲାଦିମିର । ତାଙ୍କ ସହ ରୁଷିଆର ଆଉ ୩ ଜଣ ପର୍ଯ୍ୟଟକ ବି ଥିଲେ । ହେଲେ ବ୍ଲାଦିମିରଙ୍କ ମୃତ୍ୟୁ କେମିତି ହେଲା ତାହା ଜଣା ପଡ଼ି ନ ଥିଲେ ହେଁ  ଅତ୍ୟଧିକ ମଦ୍ୟପାନ ଯୋଗୁଁ  ମୃତ୍ୟୁ ହୋଇଥିବା ଗାଇଡ ଜିତେନ୍ଦ୍ର ସିଂ ସୂଚନା ଦେଇଛନ୍ତି। ତେବେ ଶବ ବ୍ୟବଚ୍ଛେଦ ପରେ ପ୍ରକୃତ କାରଣ ସାମ୍ନାକୁ ଆସିବ।

ଗତକାଲି ତାଙ୍କର ମୃତ୍ୟୁ ଘଟିଥିବା ବେଳେ ଆଜି ଏହା ଲୋକଲୋଚନକୁ ଆସିଛି। ଗତକାଲି ତାଙ୍କ ସ୍ବାସ୍ଥ୍ୟ ଖରାପ ହେବାରୁ ହୋଟେଲ କର୍ମଚାରୀ ଓ ଗାଇଡ ଆମ୍ବୁଲାନ୍ସ ଡାକି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠାଇଥିଲେ। ଏଥିସହ ପୁଲିସକୁ ମଧ୍ୟ ସୂଚନା ଦିଆଯାଇଥିଲା। ଚିକିତ୍ସାଳୟରେ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି ଗାଇଡ କହିଛନ୍ତି। ମୃତ୍ୟୁ ପରେ ତାଙ୍କ ଶବକୁ ମେଡିକାଲ ଶବଗୃହ ପରିସରରେ ରଖାଯାଇଛି। ଆସନ୍ତାକାଲି ମୃତ ବିଦାନୋଭଙ୍କ ପରିବାର ରାୟଗଡ଼ା ପହଞ୍ଚିବା ପରେ ଶବ ବ୍ୟବଚ୍ଛେଦ କରାଯିବ ।

 

Comments are closed.