Latest Odisha News

BREAKING NEWS

ଜୀବନ ବଞ୍ଚାଇବା ପାଇଁ ୮ କିମି ଚାଲିଲେ ୪୦ ଜଣ ଭାରତୀୟ ଡାକ୍ତରୀ ଛାତ୍ର

ନୂଆଦିଲ୍ଲୀ: ୟୁକ୍ରେନରେ ଫସି ରହିଥିବା ୪୦ ଜଣ ଭାରତୀୟ ଡାକ୍ତରୀ ଛାତ୍ର ପାଦରେ ଚାଲିଚାଲି ୟୁକ୍ରେନ-ପୋଲାଣ୍ଡ ସୀମାରେ ପହଞ୍ଚିବାରେ ସଫଳ ହୋଇଛନ୍ତି । ନ୍ୟୁଜ ଏଜେନ୍ସି ଏଏନଆଇ ରିପୋର୍ଟ ଅନୁସାରେ, ଏହି ଛାତ୍ରମାନଙ୍କୁ ସୀମାଠାରୁ ପ୍ରାୟ ୮ କିମି ଦୂରରେ କଲେଜ ବସ୍ ଛାଡ଼ି ଦେଇଥିଲା । ଫଳରେ ସେମାନେ ଚାଲିଚାଲି ସୀମା ପର୍ଯ୍ୟନ୍ତ ପହଞ୍ଚିଥିଲେ । ପୋଲାଣ୍ଡ ସୀମାଠାରୁ ପ୍ରାୟ ୭୦ କିଲୋମିଟର ଦୂରରେ ଲିଭ୍ ମେଡିକାଲ କଲେଟି ଅବସ୍ଥିତ । ଋଷ ଆକ୍ରମଣ ଯୋଗୁଁ ବିମାନ ସେବା ବନ୍ଦ ରହିଛି । ତେଣୁ ସେମାନଙ୍କୁ ଉଦ୍ଧାର କରିବା ପାଇଁ ସେମାନେ ନିବେଦନ କରିଛନ୍ତି ।

ପାଖାପଖି ୧୬,୦୦୦ ଭାରତୀୟ ୟୁକ୍ରେନ୍ରେ ଫସି ରହିଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଛାତ୍ରଛାତ୍ରୀ ଅଛନ୍ତି। ବହୁ ଛାତ୍ରଛାତ୍ରୀ ସୋଶାଲ ମିଡିଆରେ ଭିଡିଓ ପୋଷ୍ଟ କରି ଉଦ୍ଧାର ପାଇଁ ନିବେଦନ କରୁଛନ୍ତି ।

Comments are closed.