Latest Odisha News

BREAKING NEWS

ଫିନଲାଣ୍ଡକୁ ଧମକ ଦେଲା ରୁଷ, ସୀମାରେ ନିୟୋଜିତ କଲା ସେନା

ମସ୍କୋ: ନିଜ ପଡୋଶୀ ଦେଶକୁ ନାଟୋରେ ସାମିଲ କରାଇ ନ ଦେବା ରୁଷ ଜିଦ ଧରିଛି । ୟୁକ୍ରେନ ପରେ ଫିନଲାଣ୍ଡ ନାଟୋ ପ୍ରତି ଆଗ୍ରହ ପ୍ରକାଶ କରିଛି । ଫିନଲାଣ୍ଡ ପ୍ରଧାନମନ୍ତ୍ରୀ ସନା ମାରିନ ଏହା ସ୍ପଷ୍ଟ ଭାବେ ସୂଚନା ଦେଇ ସାରିଛନ୍ତି । ଏହା ପରେ ରୁଷିଆ ପକ୍ଷରୁ ଫିନଲାଣ୍ଡକୁ ଧମକ ଦିଆ ଯାଇଥିଲା । ଅବଶ୍ୟ ମଙ୍ଗଳବାର ରୁଷିଆ ଆଉ ପାଦେ ଆଗେଇ ଯାଇ ସୀମା ରେଖା ନିକଟରେ ସେନା ସଂଖ୍ୟା ବୃଦ୍ଧି କରିବା ସହ ଅତ୍ୟାଧୁନିକ ଟ୍ୟାଙ୍କ ଓ ମିସାଇଲ ପଠାଇଛି ।

କିଛି ଦିନ ତଳେ ଫିନଲାଣ୍ଡ ପକ୍ଷରୁ କୁହାଯାଇଥିଲା, ନାଟୋ ଆମକୁ ସଦସ୍ୟତା ପ୍ରଦାନ କରିବା ନେଇ ଆଶାୟୀ ଅଛୁ । ଏହାର ଜବାବରେ ରୁଷ ପକ୍ଷରୁ କୁହାଯାଇଥିଲା ଏହାର ମାନେ ତୁମେ ବିନାଶକୁ ଡାକି ଆଣିବ । କେତେକ ରିପୋର୍ଟ ଅନୁସାରେ ସ୍ୱୀଡେନ ଓ ଫିନଲାଣ୍ଡକୁ ନାଟୋରେ ସାମିଲ କରିବା ପାଇଁ ପ୍ରାୟତଃ ସମସ୍ତ କାର୍ଯ୍ୟ ଶେଷ ହୋଇଛି । ୟୁକ୍ରେନକୁ ଆକ୍ରମଣ କରିବା ପରେ ନାଟୋ ସଦସ୍ୟ ସିଧାସଳଖ ସାମ୍ନାକୁ ନ ଆସିବାରୁ ରୁଷିଆ ସାହସ ବଢ଼ିଯାଇଛି ।

Leave A Reply

Your email address will not be published.