Latest Odisha News

ମୋଦୀ ଏବଂ ଜିନପିଙ୍ଗ ବୈଠକରେ ମୁଖ୍ୟ ଭୂମିକା ତୁଲାଇଥିଲା ଋଷ!

ନୂଆଦିଲ୍ଲୀ: କଜାନରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଚୀନ ରାଷ୍ଟ୍ରପତି ଜିନପିଙ୍ଗ ଭେଟଘାଟ । ଉଭୟଙ୍କ ମଧ୍ୟରେ ହୋଇଥିବା ସକରାତ୍ମକ ବୈଠକକୁ ନେଇ ସୂଚନା ଦେଇଛନ୍ତି ରୁଷ ରାଷ୍ଟ୍ରଦୂତ ଡେନିସ ଅଲିପୋଭ । ପିଏମ ମୋଦୀ ଏବଂ ଜିନପିଙ୍ଗଙ୍ ମଧ୍ୟରେ ହୋଇଥିବା ବୈଠକରେ ଋଷ କୌଣସି ଭୂମିକା ଗ୍ରହଣ କରିନାହିଁ ବୋଲି କହିଛନ୍ତି ଡେନିସ ଅଲିପୋଭ ।

ଅଲିପୋଭ କହିଛନ୍ତି ଯେ ଋଷର କାଜାନ ସହରରେ ନିକଟରେ ଶେଷ ହୋଇଥିବା ବ୍ରିକ୍ସ ଶିଖର ସମ୍ମିଳନୀ ସଫଳତାର ସହ ସମ୍ପୂର୍ଣ୍ଣ ହୋଇଛୋ । ଏହା କୌଣସି ସ୍ୱତନ୍ତ୍ର ନୁହେଁ ବରଂ ଏକ ଅନ୍ତର୍ଭୂକ୍ତ ପ୍ଲାଟଫର୍ମ। ବ୍ରିକ୍ସ ପାଶ୍ଚାତ୍ୟ ବିରୋଧୀ ନୁହେଁ, ବରଂ ଅଣ-ପାଶ୍ଚାତ୍ୟ ଦେଶର ଏକ ଗୋଷ୍ଠୀ ସମୂହ । ସେହିପରି ମୋଦୀ ଏବଂ ଜିନପିଙ୍ଗଙ୍କ ବୈଠକକୁ ନେଇ ଅଲିପୋଭ କହିଛନ୍ତି, ଋଷ ଏଥିରେ କୈଣସି ଭୂମିକା ଗ୍ରହଣ କରିନାହିଁ, କିନ୍ତୁ କାଜାନରେ ଏହି ବୈଠକ ହୋଇଥିବାରୁ ଆମେ ଆନନ୍ଦିତ, ଏହି ବୈଠକକୁ ଆମେ ହୃଦୟରୁ ସ୍ୱାଗତ କରୁଛୁ ବୋଲି କହିଛନ୍ତି ଅଲିପୋଭ।

ସୂଚନାଯୋଗ୍ୟ, ଗତ ଅକ୍ଟୋବର ୨୩ରେ ଋଷର କାଜାନ ସହରରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ମୋଦୀ ଏବଂ ଜିନପିଙ୍ଗ ପୂର୍ବ ଲଦାଖର ଏଲଏସିରେ ପାଟ୍ରୋଲିଂ ଏବଂ ସୈନ୍ୟବାହିନୀ ଫେରସ୍ତକୁ ନେଇ ଆଲୋଚନା କରିଥିଲେ । ଭାରତ ଏବଂ ଚୀନ୍ ମଧ୍ୟରେ ହୋଇଥିବା ଚୁକ୍ତିନାମାକୁ ସମର୍ଥନ କରିଥିଲେ ଉଭୟ ନେତା । ୨୦୨୦ରୁ ଆରମ୍ଭ ହୋଇଥିବା ସାମରିକ ସଂଘର୍ଷର ସମ୍ପର୍କକୁ ସ୍ୱାଭାବିକ କରିବା ପାଇଁ ଦୁଇ ନେତା ଦ୍ୱିପାକ୍ଷିକ ଆଲୋଚନା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

 

Comments are closed.