Latest Odisha News

ତୋପ ମାଡରେ ଖିନଭିନ ୟୁକ୍ରେନର ବଖମୁଟ; ଚାଲି ଚାଲି ସହର ଛାଡି ପଳାଉଛନ୍ତି ଲୋକେ

ନୂଆଦିଲ୍ଲୀ:ଏକ ବର୍ଷରୁ ଅଧିକ ହେଲାଣି । ତଥାପି ଥମୁନି ରୁଷ-ୟୁକ୍ରେନ ଯୁଦ୍ଧ । ଯୁଦ୍ଧରେ ଦୁଇ ଦେଶ ଅନେକ କିଛି ହରାଇ ସାରିଲେଣି । ୟୁକ୍ରେନର ଅନେକ ଇଲାକା କବ୍ଚା କରିନେବା ପରେ ଏବେ ଏବେ ରୁଷ ସେନା ବଖମୁଟକୁ ନିଜ ନିୟନ୍ତ୍ରଣକୁ ନେବାକୁ ଚେଷ୍ଟା କରୁଛି । ବିଦେଶୀ ଖବର ଏଜେନ୍ସି ଏପିର ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ, ରୁଷ ସେନାର ଚାପରେ ବଖମୁଟର ବାସିନ୍ଦା ସୈନ୍ୟ ସହାୟତାରେ ପାଦରେ ଚାଲି ଚାଲି ପଳାଇ ଯିବାକୁ ବାଧ୍ୟ ହେଉଛନ୍ତି । ପ୍ରଥମେ ସ୍ଥାନୀୟ ଲୋକ ପୂର୍ବୀଗଡରୁ ହଟି ଯିବାକୁ ଚେଷ୍ଟା କରୁଥିଲେ । ହେଲେ ପରିସ୍ଥିତି ଏମିତି ହେଲା ଯେ ଚାଲି ଚାଲି ସହରରୁ ଲୁଚି ପଳାଇ ଯିବାକୁ ସେମାନେ ବାଧ୍ୟ ହୋଇଥିଲେ ।

ଗତ କିଛି ମାସ ଧରି ରୁଷ ବଖମୁତକୁ ଟାର୍ଗେଟ କରିଥିଲା ରୁଷ ସେନା ତୋପ ଏବଂ ଅସ୍ତ୍ରଶସ୍ତ୍ର ଧରି ସହର ଆଡକୁ ମୁହାଁଉଥିଲେ । ଶନିବାର ବଖମୁଟ ନିକଟରେ କିଛି ଲୋକ ଦେଖିଲେ, ୟୁକ୍ରେନ ସେନାଙ୍କୁ ପାଖ ଗାଁ ଖ୍ରୋମୋବ ପର୍ଯ୍ୟନ୍ତ ପହଞ୍ଚିବାରେ ସାହାଯ୍ୟ କରିିବା ଲାଗି ଏକ ପୋଲ ତିଆରି କରାଯାଉଛି । ଏହା ପରେ ଖ୍ରୋମୋବରେ ଆକ୍ରମଣ ଆରମ୍ଭ ହୋଇ ଯାଇଥିଲା । ଅତି କମରେ ୫ଟି ଘରେ ନିଆଁ ଲଗାଇ ଦିଆଗଲା ।

କିଛି ଦିନ ତଳେ ରୁଷ ସେନା ବଖମୁତରେ ପହଞ୍ଚି ବା ପାଇଁ ଥିବା ରାସ୍ତା ଉପରେ ତୋପମାଡ କରୁଥିଲେ । ବଖମୁଟରେ ପହଞ୍ଚିବା ପାଇଁ ସମସ୍ତ ରାସ୍ତାକୁ ବନ୍ଦ କରି ଦେଇଥିଲା ରୁଷସେନା । ଜଣେ ରୁଷୀ ସେନା ପ୍ରମୁଖ କହିଥିଲେ, ସଡକ ପଥ ୟୁକ୍ରେନ ସେନା ପାଇଁ ଏବେ ବି ଖୋଲା ରହିଥିଲା । ହେଲେ ଏବେ ଏହାକୁ ବନ୍ଦ କରି ଦିଆଯାଇଛି । ଏବେ ଏହି ସହର ଶ୍ମ୍‌ଶାନ ପରି ଦିଶୁଛି ।

ରଏଟର୍ସ ତଥ୍ୟ ଅନୁଯାୟୀ, ଏବେ ଏହି ସହରର ପଶ୍ଚିମପଟକୁ ଯାଇଥିବା ରାସ୍ତାରେ ପ୍ରବଳ ଗୁଳିମାଡ ହେଉଛି । ସହରର ଭିତରେ ଏବଂ ବାହାରେ ୟୁକ୍ରେନ ସେନାକୁ ପୂରାଇ ନ ଦେବା ପାଇଁ ଏପରି କରାଯାଉଛି । ରୁଷ ସେନାର କହିବା ଅନୁଯାୟୀ, ବଖମୁତ ତାଙ୍କ ପାଇଁ ଗୁରୁତ୍‌:ପୂର୍ଣ୍ଣ । କାରଣ ଡୋନବାସ ଔଦ୍ୟଗିକ କ୍ଷେତ୍ରକୁ ନିଜ କବ୍ଚାକୁ ନେବା ରୁଷ ସେନାର ଲକ୍ଷ୍ୟ ରହିଛି । ଅନ୍ୟପକ୍ଷେ ୟୁକ୍ରେନର କହିବା ଅନୁଯାୟୀ, ବଖମୁଟ ସହରର ସାମରିକ ଦୃଷ୍ଟିକୋଣରୁ ଦେଶ ପାଇଁ କୌଣସି ଗୁରୁତ୍‌: ରଖେ ନାହିଁ । ତଥାପି ରୁଷ ସେନାକୁ ସେଠାରୁ ହଟି ଯିବା ପାଇଁ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଧମକ ଦେଇଛନ୍ତି ।

Comments are closed.