Latest Odisha News

BREAKING NEWS

ଦେଶ ଛାଡ଼ି ପାରିବେନି ୧୮ରୁ ୬୫ ବର୍ଷର ନାଗରିକ, ବିମାନ ଟିକେଟ୍ ବିକ୍ରି ବନ୍ଦ ପାଇଁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ପାଶ୍ଚାତ୍ୟ ଦେଶ ଉପରେ ପରମାଣୁ ଆକ୍ରମଣ ନେଇ ଋଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନଙ୍କ ଧମକ ପରେ ଆଶଙ୍କାରେ ଋଷ ନାଗରିକ । ଋଷରୁ ବିଭିନ୍ନ ଦେଶକୁ ଯାଉଥିବା ବିମାନ ସବୁ ବୁକ୍ ହୋଇ ଯାଇଛି । ୟୁକ୍ରେନ୍ ସହ ଚାଲିଥିବା ଯୁଦ୍ଧକୁ ୭ ମାସ ବିତିଥିବା ବେଳେ ଆହୁରି ରଜର୍ଭ ସୈନ୍ୟ ପଠାଇବା ଲାଗି ପୁଟିନଙ୍କ ଘୋଷଣା ପରେ ଏଭଳି ସ୍ଥିତି ଉପୁଜିଛି ।

ନିକଟସ୍ଥ ଆର୍ମେନିଆ, ଜର୍ଜିଆ, ଆଜରବାଇଜନ ଓ କାଜାଖସ୍ତାନ ଆଦି ସ୍ଥାନକୁ ବିମାନ ଟିକେଟ୍ ସରି ଯାଇଛି । ଏପରିକି ଋଷଆନ୍ ଏୟାରଲାଇନ୍ସ ଓ ରେଲୱେ ୧୮ରୁ ୬୫ ବର୍ଷ ବୟସ୍କ ପୁରୁଷଙ୍କୁ ଟିକେଟ୍ ଦେଉ ନାହିଁ । ଏନେଇ ବିଭିନ୍ନ ଋଷ ନାଗରିକ ଓ ସାମ୍ବାଦିକ ସୋସିଆଲ୍ ମିଡିଆରେ ସେୟାର୍ କରିଛନ୍ତି ।

ତେବେ ଋଷ ବୈଦେଶିକ ମନ୍ତ୍ରଣାଳୟ ଯେଉଁମାନଙ୍କୁ ଅନୁମତି ଦେବ ସେମାନେ କେବଳ ହିଁ ଦେଶ ବାହାରକୁ ଯାଇ ପାରିବେ । ଫରଚ୍ୟୁନର ରିପୋର୍ଟ ଅନୁସାରେ, ପୁଟିନ୍ ଆସନ୍ତା ସପ୍ତାହରେ ଲୁହାନସ୍କ ଓ ଡୋନେସ୍କକୁ ଋଷର କ୍ଷେତ୍ର ବୋଲି ବିଧିବଦ୍ଧ ଘୋଷଣା କରିପାରନ୍ତି ।

ବୁଧବାର ଦେଶବାସୀଙ୍କୁ ପୁଟିନଙ୍କ ସମ୍ବୋଧନ ପରେ ଋଷ ପ୍ରତିରକ୍ଷା ମନ୍ତ୍ରୀ ସର୍ଜି ସୋଏଗୁ କହିଥିଲେ, ୩ ଲକ୍ଷ ଲୋକଙ୍କୁ ସେବା ପାଇଁ ଡକା ଯାଇପାରେ । ୭ ମାସ ହେଲା ୟୁକ୍ରେନରେ ଋଷ ସେନା ଅପରେସନ୍ ଜାରି ରଖିଥିବା ବେଳେ ହଜାର ହଜାର ଲୋକଙ୍କ ଜୀବନ ଯାଇଥିବା ବେଳେ ଲକ୍ଷାଧିକ ଲୋକଙ୍କ ଜୀବନ ଦୁର୍ବିସହ ହୋଇ ପଡ଼ିଛି । ତଥାପି ପୁଟିନ୍ ଯୁଦ୍ଧ ରୋକିବାକୁ ନାରାଜ ।

ଯୁଦ୍ଧ ବନ୍ଦ ନକରି ପୁଟିନ୍, ପାଶ୍ଚାତ୍ୟ ଦେଶ ବ୍ଲାକମେଲ୍ ଓ ଧମକ ଦେଉଥିବା କହିଛନ୍ତି । ପୁଟିନଙ୍କ ଟିଭି ବାର୍ତ୍ତା ପରେ ଋଷର ଲୋକ ଭୟଭୀତ ହୋଇ ପଡ଼ିଛନ୍ତି । ୟୁକ୍ରେନ୍ ବିରୋଧୀ ଯୁଦ୍ଧରେ ଆହୁରି ଲୋକଙ୍କୁ ସାମିଲ୍ ନେଇ ଋଷ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ନୂଆ ନିଯୁକ୍ତିରେ ସିରିଏଲ୍ କିଲରଙ୍କୁ ରଖାଯିବା ନେଇ ଦ ଡେଲି ବେଷ୍ଟ ଖବର ପ୍ରକାଶ କରିଛି ।

Leave A Reply

Your email address will not be published.