Latest Odisha News

BREAKING NEWS

ସତର୍କ କରାଇଲେ ବ୍ରିଟେନ ପ୍ରଧାନମନ୍ତ୍ରୀ: ରୁଷ ଆକ୍ରମଣ କଲେ ଭୟଙ୍କର କ୍ଷତି ସହିବେ ୟୁକ୍ରେନବାସୀ

ନୂଆଦିଲ୍ଲୀ:ରୁଷ-ୟୁକ୍ରେନ ମଧ୍ୟରେ ଉପୁଜିଥିବା ଅଶାନ୍ତି ଯୁଦ୍ଧର ରୂପ ନେବାକୁ ଯାଉଛି । ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନଶନ ଏ ନେଇ ଉଭୟ ଦେଶକୁ ସତର୍କ କରାଇ ଦେଇଛନ୍ତି । ରୁଷ ଆକ୍ରମଣ କଲେ ନିଶ୍ଚିତ ଭାବେ ୟୁକ୍ରେନଙ୍କୁ ସହଯୋଗ କରାଯିବ ବୋଲି ସେ କହିଛନ୍ତି । ତେବେ ଯୁଦ୍ଧରେ ୟୁକ୍ରେନବାସୀ ଭୟଙ୍କର କ୍ଷତି ସହିବେ ।

ଯାହାକି ଦ୍ୱିତୀୟ ବିଶ୍ୱଯୁଦ୍ଧ ଠାରୁ ବି ଅଧିକ ମାରାତ୍ମକ ହେବ । ଏଥିରେ କାହାର ଫାଇଦା ହେବନି, ଅଥଚ ୟୁକ୍ରେନ ଏକ ପ୍ରକାର ମଣିଷ ବିହୀନ ସ୍ଥାନ ପାଲଟିଯିବ । ୟୁକ୍ରେନ ସୀମାରେ ରୁଷ ୮ ହଜାର ଟ୍ୟାଙ୍କ ନିୟୋଜିତ କରିଛି । ୩୬ ଇସକେଣ୍ଡର ମିସାଇଲ ଲଂଚର ମଧ୍ୟ ଠୁଳ କରାଯାଇଛି । ଅପରପକ୍ଷରେ ୟୁକ୍ରେନ ଆଂଟି ମିସାଇଲ ନିୟୋଜିତ କରିଛି ।

Comments are closed.