Latest Odisha News

BREAKING NEWS

କାଳିଆ ପ୍ରେମରେ ଋଷୀୟ ଦମ୍ପତି, ଭିସା ସରିଯାଇଥିଲେ ବି ନିଜ ଦେଶକୁ ଫେରିବାକୁ ଅମଙ୍ଗ

ବାଲେଶ୍ୱର: କୁହାଯାଏ ସେ ଭାବର ଠାକୁର ତା ପ୍ରେମରେ ଭକ୍ତ ଅନ୍ଧ ହୋଇଯାଏ । ସିଏ ଯାହା ସାଙ୍ଗେ ଥରେ ଭାବ ଲଗାଇଲା ତାକୁ ସେ ଛାଡି ପାରିବ ନାହିଁ । ଏ କଥା ପ୍ରମାଣ କରିଛନ୍ତି ଏକ ଋଷୀୟ ଦମ୍ପତ୍ତି ।

ଆଣ୍ଡ୍ରି ନୋଭା ତାତିଆନା ଓରଫ ତେଜସ୍ୱୀନି ଦେବଦାସୀ ଓ ଭୋରୋନୋଭ ଓରଫ ଶକ୍ତି ତତ୍ୱ ଦାସ ଲକ୍ ଡାଉନ୍ ପୂର୍ବରୁ ଓଡିଶା ଆସିଥିଲେ । ପ୍ରଥମେ ପୁରୀ ଓ ପରେ ବାଲେଶ୍ୱରର କ୍ଷୀରଚୋରା ଗୋପୀନାଥ ମନ୍ଦିରକୁ ଯାଇ ସେହି ଅଂଚଳରେ କିଛି ଦିନ ରହିଥିଲେ । ଏହି ସମୟରେ ସରକାର ଲକ୍ ଡାଉନ ଘୋଷଣା କଲେ । ସେମାନେ ଆଉ ନିଜ ଦେଶକୁ ଫେରିପାରି ନ ଥିଲେ । ତେବେ ଏ ଭିତରେ ସେମାନଙ୍କର ଭିସା ଅବଧି ଶେଷ ହୋଇଛି । ତଥାପି ସେମାନେ ନିଜ ଦେଶକୁ ଫେରିବାକୁ ନାରାଜ । ସେଠାରେ କୀର୍ତ୍ତନ କରିବାକୁ ଅନୁମତି ମିଳୁ ନ ଥିବାରୁ ସେମାନେ ଏଇଠି ହିଁ ରହିବା ପାଇଁ ଚାହୁଁଥିବା କହିଛନ୍ତି । ଏଥି ପାଇଁ ସେମାନେ ସରକାରଙ୍କୁ ଗୁହାରି କରିଛନ୍ତି । ବାଲେଶ୍ୱର ଜିଲ୍ଲାପାଳଙ୍କୁ ଭେଟି ଏହି କଥା ଜଣାଇବା ଆଶାରେ ଯାଇଥିଲେ ସୁଦ୍ଧା ତାଙ୍କୁ ଦେଖା କରି ପାରି ନଥିଲେ ଏହି ଦମ୍ପତି । କାର‌୍ୟ୍ୟଳୟ ସାମ୍ନା ବରଗଛ ମୂଳରେ ବସି ଏହି ଦୁଇ ଇସ୍କନ ଭକ୍ତ କୀର୍ତ୍ତନ କରୁଥିବା ଦେଖିବାକୁ ମିଳିଥିଲା ।

କାଳିଆଠାକୁରଙ୍କ ଲୀଳା ଯୋଗୁଁ ସାତ ଦରିଆ ପାରି ନିଜ ଦେଶକୁ ବି ଏହି ଦମ୍ପତି ଫେରିବାକୁ ଅମଙ୍ଗ ।

Leave A Reply

Your email address will not be published.