Latest Odisha News

BREAKING NEWS

ନଦୀରେ ଭାସିଗଲେ ମାଲିକ, ଥଣ୍ଡାକୁ ଖାତିର ନକରି ବରଫରେ ବସି ରହିଛି ଅବୁଝା ‘ବେଲକା’

ମସ୍କୋ: କୁହାଯାଏ ଯେ “କୁକୁର ହେଉଛି ମଣିଷର ପ୍ରକୃତ ବନ୍ଧୁ”।ତେବେ ଏଭଳି ଏକ ଘଟଣା ବର୍ତ୍ତମାନ ଚର୍ଚ୍ଚା ରେ ଅଛି ଯେଉଁଠି ମାଲିକଙ୍କ ପ୍ରତି କୁକୁରର ଅହେତୁକ ପ୍ରେମ ସାରା ବିଶ୍ୱରେ ଲୋକଙ୍କ ହୃଦୟକୁ ଛୁଇଁ ପାରିଛି। ତେବେ ଆସନ୍ତୁ ଜାଣିବା କ’ଣ ରହିଛି ପୂରା ଘଟଣା।

କିଛି ଦିନ ପୂର୍ବେ ଜଣେ ୫୯ ବର୍ଷ ବୟସ୍କ ବ୍ୟକ୍ତି ବରଫାଚ୍ଛନ ନଦୀ ଉପରେ ସାଇକେଲ ଚଲାଉଥିଲେ। କିନ୍ତୁ ଏହି ସମୟରେ ବରଫ ଭାଙ୍ଗିଯିବାରୁ ସେ ସେହି ଥଣ୍ଡା ପାଣିରେ ଭିତରେ ପଶିଯାଇଥିଲେ। ଏହି ସମୟରେ ଅନ୍ୟ ଜଣେ ଯାତ୍ରୀ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ହେଁ ସେ ମଧ୍ଯ ନଦୀର ପ୍ରଖର ସ୍ରୋତରେ ଭାସିଯାଇଥିଲେ।

ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଉଦ୍ଧାରକାରୀ ଦଳ ସେଠାରେ ପହଞ୍ଚି ଉକ୍ତ ବ୍ୟକ୍ତିଙ୍କୁ ଖୋଜାଖୋଜି କରିଥିଲେ ମଧ୍ଯ ତାଙ୍କର ସନ୍ଧାନ ମିଳିନଥିଲା। କିନ୍ତୁ ପ୍ରାୟ ତିନି ଦିନ ପରେ ଉକ୍ତ ବ୍ୟକ୍ତିଙ୍କ ମୃତଦେହ ଋଷର ଉଫା ନଦୀରୁ ମିଳିଥିଲା। ତେବେ ଏହି ଘଟଣାରେ ଉକ୍ତ ବ୍ୟକ୍ତିଙ୍କ ପୋଷା କୁକୁର ବେଲକାଙ୍କ କାର୍ଯ୍ୟ ଲୋକଙ୍କ ହୃଦୟକୁ ଛୁଇଁବାରେ ଲାଗିଛି।

କାରଣ ଏହି ଦୁର୍ଘଟଣାର ଚାରି ଦିନ ପରେ ମଧ୍ଯ ବେଲକା ସେହି  ନଦୀ କୂଳରେ ବସି ନିଜ ମାଲିକଙ୍କ ଫେରିବା ବାଟକୁ ଅପେକ୍ଷା କରି ରହିଛି। ସତେ ଯେମିତି ତାର ବିଶ୍ବାସ ଯେ ତା ମାଲିକ ଫେରି ଆସିବେ। ପରିବାର ଲୋକେ ତାକୁ ଘରକୁ ନେଉଥିଲେ ମଧ୍ୟ ବେଲକା ବାରମ୍ବାର ସେହି ସ୍ଥାନକୁ ଫେରି ଆସୁଥିଲା। ତେବେ ବ୍ରୁଟ୍ ଆମେରିକା ବେଲକାର ଏହି କାହାଣୀ ସେୟାର କରିଥିଲେ।

 

Comments are closed.