ଲସ ଏଞ୍ଜେଲେସ: ଗୋଟିଏ ଦେଶରୁ ଅନ୍ୟ ଏକ ଦେଶକୁ ଯିବାକୁ ହେଲେ ପାର୍ସପୋର୍ଟ ଓ ଭିସା ସହ ଟିକେଟର ଆବଶ୍ୟକ ପଡ଼ିଥାଏ । କିନ୍ତୁ, ଆମେରିକାର ଲସ ଏଞ୍ଜେଲେସରେ ଏକ ଆଶ୍ଚର୍ଯ୍ୟ କରିବା ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ରୁଷୀୟ ବ୍ୟକ୍ତି ବିନା ପାସପୋର୍ଟ, ଭିସା ଓ ଟିକେଟରେ ୟୁରୋପରୁ ଆମେରିକାରେ ପହଞ୍ଚି ଯାଇଛନ୍ତି । ଯେବେ ଫ୍ଲାଇଟ ଲସ ଏଞ୍ଜେଲ୍ସ ଏୟାରପୋର୍ଟରେ ଲ୍ୟାଣ୍ଡିଂ କଲା ଯାଞ୍ଚ ବେଳେ ଏୟାରପୋର୍ଟ ଅଧିକାରୀମାନେ ଏପରି ଘଟଣା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।
ଏହି ଘଟଣାରେ ଫେଡରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେଶନ(ଏଫବିଆଇ)ବ୍ୟକ୍ତିଙ୍କୁ ଗିରଫ କରିଛନ୍ତି ।ଏହି ରୁଷୀୟ ବ୍ୟକ୍ତି ଜଣକ ହେଲେ, ସେର୍ଜେ ଭ୍ଲାଦିମିରୋଭିଚ ଓଚିଗାଭା । ସେ ସ୍କାଣ୍ଡିନେଭିଆଇ ଆନ ଏୟାରଲାଇନ୍ସରୁ କୋପେନହାଗେନରୁ ଲସଏଞ୍ଜେଲ୍ସ ଯାଏ ବିନା ଟିକେଟ , ପାସପୋର୍ଟ ଓ ଭିସାରେ ଯାତ୍ରା କରିଥିଲେ ।ଏନେଇ ଏଫବିଆଇ ଅଧିକାରୀମାନେ କହିଛନ୍ତି, ଅଭିଯୁକ୍ତଜଣକ ରୁଷୀୟ-ଇସ୍ରାଏଲୀୟ ନାଗରିକ ଅଟନ୍ତି । ସେ ୪ ନଭେମ୍ବର ଦ୍ୱିପ୍ରହର ୧ଟା ସମୟରେ ଲସ ଏଞ୍ଜେଲରେ ପହଞ୍ଚଥିଲେ । ସୂଚନାମିଳିଛି କି, ବ୍ୟକ୍ତିଜଣକ ଫ୍ଲାଇଟରେ ବାରମ୍ବାର ସିଟ ବଦଳାଉ ଥିଲେ । ଏଥିସହ ଯାତ୍ରୀଙ୍କ ସହ କଥାବାର୍ତ୍ତା କରିବାକୁ ଚେଷ୍ଟା କରଥିଲେ । ସେ ଫ୍ଲାଇଟରେ ଦୁଇ ଥର ଖାଇବା ଅର୍ଡର କରି ଖାଇଥିଲେ ।
BREAKING NEWS
- Bir Billing Paragliding Crash: ପାରାଗ୍ଲାଇଡିଂ କରୁଥିଲେ ସାବଧାନ! ପାରାଗ୍ଲାଇଡର ଦୁର୍ଘଟଣାଗ୍ରସ୍ତ, ଅଭିଜ୍ଞ ପାଇଲଟଙ୍କ ମୃତ୍ୟୁ
- ଗମ୍ଭୀରଙ୍କ ବଦଳରେ ଲକ୍ଷ୍ମଣ କୋଚ ହେବା ଖବରକୁ ଖଣ୍ଡନ କଲା ବିସିସିଆଇ
- ଜାନୁଆରୀ ୨ଯାଏଁ କଲବଲ କରିବ ଘନ କୁହୁଡି…
- ରାଜ୍ୟର ୨୩ ଜିଲ୍ଲାରେ ସରିଲାଣି ସରକାରୀ ଓକିଲ ନିଯୁକ୍ତି
- ରଥଯାତ୍ରା ପୂର୍ବରୁ ଗଣତି ମଣତି: ଆଇନ ମନ୍ତ୍ରୀ
- ବିଜୁ ଯୁବ ଜନତା ଦଳ ଓ ବିଜୁ ଛାତ୍ର ଜନତା ଦଳ କର୍ମକର୍ତ୍ତାଙ୍କ ନାଁ ଘୋଷଣା
- ହୋମଗାର୍ଡ ଚାକିରି ପାଇଁ ଲାଇନରେ ସ୍ନାତକ ଏବଂ ସ୍ନାତକୋତ୍ତର ପ୍ରାର୍ଥୀ…
- କୋହଲିଙ୍କୁ ନେଇ ସିଦ୍ଧୁଙ୍କ ପୋଷ୍ଟ ହେଉଛି ଭାଇରାଲ
- Chitrangda Singh: ଏଥର କିଛି ଅଲଗା, ମା’ ଭୂମିକାରେ ନଜର ଆସିବେ ଚିତ୍ରାଙ୍ଗଦା
- ନୀରଜ ଚୋପ୍ରାଙ୍କ ବିବାହ ରିସେପ୍ସନରେ ପ୍ରଧାନମନ୍ତ୍ରୀ ମୋଦି…
Comments are closed.