Latest Odisha News

BREAKING NEWS

ଋଷ ସୈନ୍ୟଙ୍କ ଅଜବ କାରନାମା, ଟ୍ୟାଙ୍କରରେ କରୁଛନ୍ତି କଣା

ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ମଧ୍ୟରେ ଆଜକୁ ୭ ଦିନ ହେଲା ଚାଲିଛି ଯୁଦ୍ଧ । ଋଷ ନିଜର ଆକ୍ରମଣକୁ ଅଧିକ ଯୋରଦାର କରୁଥିବା ଦାବି କରୁଥିଲେ ମଧ୍ୟ ସମସ୍ତଙ୍କୁ ଚକିତ କରିବା ଭଳି ତଥ୍ୟ ସାମ୍ନାକୁ ଆସିଛି ।

ୟୁକ୍ରେନରେ ଯୁଦ୍ଧ ପାଇଁ ପ୍ରବେଶ କରିଥିବା ଋଷ ସୈନ୍ୟଙ୍କୁ ଆଖିବୁଜା ଗୁଳି ମାଡ଼ ଓ ରକେଟ୍ ମାଡ଼ କରିବାକୁ କୁହାଯାଇଛି । ଏହାକୁ ନେଇ ଋଷର ଯବାନମାନେ ଚିନ୍ତାରେ ପଡ଼ିଛନ୍ତି । ଏପରି ଆକ୍ରମଣରେ ନୀରିହ ଲୋକଙ୍କ ଜୀବନ ଯାଉଥିବାରୁ ପଛଘୁଞ୍ଚା ଦେଉଛନ୍ତି ଋଷର କିଛି ସୈନ୍ୟ । ସେହିପରି ଆକ୍ରମଣ କାର୍ଯ୍ୟରୁ ନିଜକୁ ଦୂରେଇ ରଖିବା ପାଇଁ ଋଷ ଯବାନମାନେ ନିଜ ଟ୍ୟାଙ୍କ ଓ ଗାଡ଼ିରେ କ୍ଷତି ପହଞ୍ଚାଉଛନ୍ତି ।

ଏନେଇ ନ୍ୟୁୟର୍କ ଟାଇମ୍ସ ଖବର ପ୍ରକାଶ କରିଛି । ପେଣ୍ଟାଗନର ଜଣେ ଅଧିକାରୀ ମଧ୍ୟ ଏହି ଖବରକୁ ନିଶ୍ଚିନ୍ତ କରି କହିଛନ୍ତି ଯେ ଯୁଦ୍ଧରେ ଋଷର ଅଧିକାଂଶ ଯୁବବର୍ଗ ଯବାନଙ୍କୁ ସାମିଲ କରିଛି । ସେମାନେ ପୁରା ତାଲିମ ପାଇ ନାହାନ୍ତି । ତଥାପି ସେମାନଙ୍କୁ ପୂର୍ଣ୍ଣକାଳୀନ ଯୁଦ୍ଧ ମୌଦାନରେ ସାମିଲ କରାଯାଇଛି । ସେମାନେ ଯୁବବର୍ଗ ହୋଇଥିବାରୁ ମାନସିକସ୍ତରରେ ଯୁଦ୍ଧ ପାଇଁ ନିଜକୁ ପ୍ରସ୍ତୁତ କରିପାରୁ ନାହାନ୍ତି । ସେମାନେ ଖାଦ୍ୟ ଓ ତୈଳ ଭଳି ଆବଶ୍ୟକ ସାମଗ୍ରୀର ଅଭାବକୁ ଅନୁଭବ କରୁଛନ୍ତି । ଏଥିପାଇଁ ସେମାନେ ଯୁଦ୍ଧ କରିବାକୁ ଚାହୁଁ ନାହାନ୍ତି ।

ତେଣୁ ଯୁଦ୍ଧରୁ ନିଜକୁ ଦୂରେଇ ରଖିବା ପାଇଁ ସେମାନେ ନିଜ ନିଜ ଗାଡ଼ିରେ କଣା କରି ଦେଉଛନ୍ତି । ଯୁଦ୍ଧ ଟ୍ୟାଙ୍କର ଗ୍ୟାସ ଲାଇନକୁ ମଧ୍ୟ ଲିକ କରି ଦେଉଛନ୍ତି । ଏପରି କରି ସେମାନେ ନିଜକୁ ଯୁଦ୍ଧକ୍ଷେତ୍ରରୁ ଦୂରେଇ ରଖିବାକୁ ପ୍ରୟାସ କରୁଛନ୍ତି ।

Comments are closed.