Latest Odisha News

BREAKING NEWS

ଧୋନୀଙ୍କୁ ଅନଫଲୋ କଲେ ରିତୁରାଜ ଗାଏକ୍ୱାଡ

ଚେନ୍ନାଇ: ଏଥର ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । କ୍ରମାଗତ ୫ଟି ମ୍ୟାଚରେ ହାରିବା ପରେ ଏବେ ଚେନ୍ନାଇର ପ୍ଲେ ଅଫ ପ୍ରବେଶ ଆଶା କ୍ଷୀଣ ହୋଇଛି । ନିୟମିତ ଅଧିନାୟକ ରିତୁରାଜ ଗାଏକ୍ୱାଡ ଆଘାତପ୍ରାପ୍ତ ହୋଇ ବାକି ତକ ମ୍ୟାଚରୁ ଓହରି ଯାଇଛନ୍ତି । ରିତୁରାଜଙ୍କ ଅନୁପସ୍ଥିତିରେ ଏମଏସ ଧୋନୀଙ୍କୁ ପୂନର୍ବାର ଅଧିନାୟକ ଦାୟିତ୍ୱ ପ୍ରଦାନ କରାଯାଇଛି । ଏହା ପରେ ମଧ୍ୟ ଚେନ୍ନାଇ ଭାଗ୍ୟ ଫିଟି ନାହିଁ । ରିପୋର୍ଟ ମୁତାବକ ରିତୁରାଜ ହଠାତ ସୋସିଆଲ ମିଡିଆରେ ଧୋନୀଙ୍କୁ ଅନଫଲୋ କରିଛନ୍ତି । ଏହାର ପ୍ରକୃତ କାରଣ ଜଣାପଡି ନାହିଁ । ଅନ୍ୟ ଏକ ରିପୋର୍ଟ ଅନୁସାରେ ରିତୁରାଜ ସମ୍ପୂର୍ଣ୍ଣ ଆଇପିଏଲରୁ ଓହରିଯିବା ଫଳରେ ଧୋନୀଙ୍କ ସହ ମତଭେଦ ଥିବା ଅନୁମାନ କରାଯାଉଛି ।

ହାରିବା ଶ୍ରେୟ ରିତୁରାଜଙ୍କୁ ଯାଉଥିବା ବେଳେ ଦଳର ବିଜୟରେ ସମସ୍ତ ପ୍ରଶଂସା ଧୋନୀଙ୍କ ଉପରକୁ ଯାଉଥିଲା । ସେ କାଗଜ କଲମରେ ଅଧିନାୟକ ଭାବେ ରହୁଥିଲେ । ମାନସିକ ଚାପଗ୍ରସ୍ତ ହେବା ଯୋଗୁ ସେ ଓହରି ଯାଇଛନ୍ତି । ତେବେ ଏହି ସବୁ ଖବରର ସତ୍ୟତା ରିତୁରାଜ ନିଜେ ପୃଷ୍ଟି କରିପାରିବେ । ଚେନ୍ନାଇକୁ ଏବେ ପ୍ଲେ ଅଫରେ ପ୍ରବେଶ ପାଇଁ ବାକି ଥିବା ୮ଟି ମ୍ୟାଚରୁ ୭ଟିରେ ବିଜୟ ହାସଲ କରିବା ଜରୁରୀ ହୋଇ ପଡିଛି ।

Comments are closed.