Latest Odisha News

BREAKING NEWS

ଜି-୨୦ ବୈଦେଶିକ ମନ୍ତ୍ରୀ ବୈଠକ: ବାଲି ଯିବେ ଜୟଶଙ୍କର

ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଜି-୨୦ ବୈଠକ ପାଇଁ ଇଣ୍ଡୋନେସିଆ ଗସ୍ତ କରିବେ । ଆସନ୍ତା ୭ ଏବଂ ୮ ତାରିଖରେ ବାଲି ଠାରେ ଜି-୨୦ ଦେଶ ମାନଙ୍କର ବୈଦେଶିକ ମନ୍ତ୍ରୀ ମାନଙ୍କ ସମ୍ମିଳନୀ ହେବ । ଏହି ସମ୍ମିନଳୀରେ ଯୋଗ ଦେବାକୁ ଏସ. ଜୟଶଙ୍କର ବାଲି ଯିବେ ।

ବିଶ୍ବର ବିଭିନ୍ନ ବିଷୟକୁ ନେଇ ଏଠାରେ ଆଲୋଚନା ହେବ । ଖାଦ୍ୟ ଓ ଶକ୍ତି ସୁରକ୍ଷାକୁ ବିଷୟକୁ ଗୁରୁତ୍ବ ଦେଇ ଏହି ବୈଠକରେ ଆଲୋଚନା ହେବ ବୋଲି ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । ଅନ୍ୟାନ୍ୟ ବିଷୟ ଗୁଡ଼ିକ ସଂପର୍କରେ ସବିଶେଷ ସୂଚନା ମିଳିନି ।

ଇଣ୍ଡୋନେସିଆ ର ବୈଦେଶିକ ମନ୍ତ୍ରାଳୟ ଜି-୨୦ ପ୍ରେସିଡେନ୍ସି ଅଧୀନରେ ଏହି ସମ୍ମିଳନୀ ଆୟୋଜନ କରୁଛି । ସମଗ୍ର ବିଶ୍ବ ପାଇଁ ଉପୁଜିଥିବା ବିଭିନ୍ନ ସମସ୍ୟା ଗୁଡ଼ିକ ବିଷୟରେ ଆଲୋଚନା ଏବଂ ସମସ୍ତ ସଦସ୍ୟଙ୍କ ଠାରୁ ସମାଧାନର ପନ୍ଥା ବିଷୟରେ ମତ ଉପସ୍ଥାପନ ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ।

ମୁଖ୍ୟ ବୈଠକରେ ଯୋଗ ଦେବା ସହ ଅନ୍ୟ ସଦସ୍ୟ ମାନଙ୍କ ସହ ଦ୍ବିପାକ୍ଷିକ ଆଲୋଚନାର କାର୍ଯ୍ୟକ୍ରମ ରଖିଛନ୍ତି ଜୟଶଙ୍କର । ମନ୍ତ୍ରୀଙ୍କ ଯୋଗଦାନ ଅନ୍ୟ ଦେଶମାନଙ୍କ ସହ ଭାରତର ସଂପର୍କ ସୁଦୃଢ଼ କରିବାରେ ସହାୟକ ହେବ ବୋଲି ବୈଦେଶିକ ମନ୍ତ୍ରାଳୟ ସୂଚନା ଦେଇଛି ।

ଆସନ୍ତା ବର୍ଷ ଭାରତ ନୂଆଦିଲ୍ଲୀରେ ଆୟୋଜନ କରୁଛି ଜି-୨୦ ସମ୍ମିଳନୀ । ପୂର୍ବତନ ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରିଙ୍ଗଲା ଏହି ସମ୍ମଳିନୀର ସଂଯୋଜକ ରହିଛନ୍ତି । ଅବସର ପରେ ଭାରତ ସରକାର ହର୍ଷବର୍ଦ୍ଧନଙ୍କୁ ଅତି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦେଇଛନ୍ତି ।

Leave A Reply

Your email address will not be published.