Latest Odisha News

କାଲି ଓଡିଶା ଆସୁଛନ୍ତି ଜୟଶଙ୍କର, ୫ରେ ନଡ୍ଡାଙ୍କ ଗସ୍ତ

 

ଭୁବେନଶ୍ବର: ୨୪ ନିର୍ବାଚନ ପାଇଁ ଏବେ ସରଗରମ ପ୍ରଚାର ମଇଦାନ । ନିଜ ନିଜ ଦଳ ପାଇଁ କସରତ କରି ସାଧାରଣ ଜନତାଙ୍କୁ ଉଦ୍ବୋଧନ ଦେଉଛନ୍ତି ବିଭିନ୍ନ ନେତା। ଯାହାକୁ ନେଇ ଆସନ୍ତା କାଲି ୨ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର । କଟକ, ଭୁବେନଶ୍ବର ଓ ସମ୍ବଲପୁରରେ ବୁଦ୍ଧିଜୀବିଙ୍କୁ ଭେଟି ଆଲୋଚନା କରିବେ । ଏହା ସହିତ ପ୍ରମୁଖ ଗଣମାଧ୍ୟମର ଏଡିଟରଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି । ତେବେ ଖାଲି ସେତିକି ନୁହେଁ ୫ ତାରିଖରେ ଜେ.ପି ନଡ୍ଡା ମଧ୍ୟ ପୁଣି ଥରେ ଓଡିଶା ଗସ୍ତରେ ଆସୁଛନ୍ତି । ଭୁବେନଶ୍ବରରେ ପ୍ରମୁଖ ନେତାମାନଙ୍କ ସହ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି । ଏହା ସହିତ କଟକରେ ମଧ୍ୟ କାର୍ଯ୍ୟକର୍ତ୍ତାମାନଙ୍କୁ ଗୁରୁମନ୍ତ୍ର ଦେବାର କାର୍ଯ୍ୟକ୍ରମ ଥିବାର ସୂଚନା ଦେଇଛନ୍ତି ଗୋଲକ ମହାପାତ୍ର । ଆହୁରି ମଧ୍ୟ ୬ ତାରିଖରେ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

Leave A Reply

Your email address will not be published.