Latest Odisha News

BREAKING NEWS

ଅହମଦାବାଦରେ ପହଞ୍ଚିଲେ ଟ୍ରମ୍ପ

ଅହମଦାବାଦ : ଦୁଇ ଦିନିଆ ଭାରତ ଗସ୍ତରେ ଆସି ଆମେରିକା ରାଷ୍ଟ୍ରପତି ଡୋନାଲ ଟ୍ରମ୍ପ ଅହମଦାବାଦ ବିମାନ ବନ୍ଦରରେ ପହଞ୍ଚିଛନ୍ତି। ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଆମେରିକା ରାଷ୍ଟ୍ରପତି ଡୋନାଲ ଟ୍ରମ୍ପ ଅହମଦାବାଦ୍ ବିମାନ ବନ୍ଦରରେ ପହଞ୍ଚିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିମାନ ବନ୍ଦରରେ ଟ୍ରମ୍ପଙ୍କୁ ସ୍ୱାଗତ ଜଣାଇଛନ୍ତି।

ଟ୍ରମ୍ପଙ୍କ ସହିତ ତାଙ୍କର ପତ୍ନୀ ମେଲାନିଆ, କନ୍ୟା ଇଭାଙ୍କା, ଜ୍ୱାଇଁ ଜାରେଦ୍‍ କୁଶ୍‍ନର୍‍ ତଥା ତାଙ୍କ ପ୍ରଶାସନର ପ୍ରମୁଖ ନେତୃବୃନ୍ଦ ମଧ୍ୟ ଏହି ଗସ୍ତରେ ସାମିଲ୍‍ ଅଛନ୍ତି । ଅହମ୍ମଦାବାଦରେ ସେ ସାବରମତୀ ଆଶ୍ରମ ପରିଦର୍ଶନ କରିବେ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଏକ ରୋଡ୍‍ ଶୋ’ରେ ଭାଗ ନେବେ । ମୋଟେରା କ୍ରିକେଟ୍‍ ଷ୍ଟାଡିୟମ୍‍ଠାରେ ଆୟୋଜିତ ହେବାକୁ ଥିବା ‘ନମସ୍ତେ ଟ୍ରମ୍ପ୍‍’ କାର୍ଯ୍ୟକ୍ରମରେ ଜନତାଙ୍କୁ ସମ୍ବୋଧନ କରିବେ ।

Leave A Reply

Your email address will not be published.