Latest Odisha News

ଟି୨୦ ବିଶ୍ୱକପ ସୁପର ଏଇଟ: ଦକ୍ଷିଣ ଆଫ୍ରିକା, ଇଂଲଣ୍ଡର ଆକର୍ଷଣୀୟ ବିଜୟ

ନୂଆଦିଲ୍ଲୀ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟର ସୁପର ଏଇଟ ପର୍ଯ୍ୟାୟରେ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ସେମାନଙ୍କ ମ୍ୟାଚରେ ବିଜୟ ହାସଲ କରିଛନ୍ତି । ଆଂଟିଗୁଆରେ ଦକ୍ଷିଣ ଆଫ୍ରିକା ୧୮ ରନରେ ଆମେରିକାକୁ ପରାସ୍ତ କରି ସେମି ଫାଇନାଲ ପ୍ରବେଶ ଆଶା ଉଜ୍ଜୀବୀତ କରିଛି । ଏହି ମ୍ୟାଚରେ ମଧ୍ୟ ଆମେରିକା ଖେଳାଳିମାନେ ପ୍ରଶଂସନୀୟ ପ୍ରଦର୍ଶନ କରିଥିଲେ । ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ୪ ୱିକେଟ ବିନିମୟରେ ୧୯୪ ରନ କରିଥିଲା । କ୍ୱିଂଟନ ଡିକକ ୭୪ ରନ କରିଥିଲେ । ଜବାବରେ ଆମେରିକା ୬ ୱିକେଟ ବିନିମୟରେ ୧୭୦ ରନ କରିବାକୁ ସକ୍ଷମ ହୋଇଥିଲା । ଆଣ୍ଡ୍ରିଅସ ଗୋସ ୮୦ ରନ କରିଥିଲେ । ୨୦୧୪ରେ ଦକ୍ଷିଣ ଆଫ୍ରିକା ଶେଷ ଥର ସେମିକୁ ଉନ୍ନୀତ ହୋଇଥିଲା ।

ଅନ୍ୟ ମୁକାବିଲାରେ ଇଂଲଣ୍ଡ ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ କରି ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଛି । ୱେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଂ କରି ୧୮୧ ରନର ଲକ୍ଷ୍ୟ ଇଂଲଣ୍ଡକୁ ଦେଇଥିଲା । ୧୭.୩ ଓଭରରେ ୨ ୱିକେଟ ହରାଇ ଇଂଲଣ୍ଡ ଏହି ଲକ୍ଷ୍ୟ ହାସଲ କରି ନେଇଥିଲା । ଫିଲ ସଲ୍ଟ ୪୭ ବଲରେ ୮୭ ଓ ଜନୀ ବେୟାରଷ୍ଟୋ ୨୬ ବଲରେ ୪୮ ରନ କରି ଅପରାଜିତ ରହିଥିଲେ ।

Comments are closed.