Latest Odisha News

ଟି୨୦ ମହିଳା ବିଶ୍ୱକପ: ଏଥର ମିଳିବ ନୂଆ ବିଜେତା

ଶାରଜା: ଟି୨୦ ମହିଳା ବିଶ୍ୱକପ କ୍ରିକେଟର ଫାଇନାଲ ମ୍ୟାଚ ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ । ପ୍ରଥମ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକା ୮ ୱିକେଟରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିବା ବେଳେ ଦ୍ୱିତୀୟ ସେମିରେ ୱେଷ୍ଟଇଣ୍ଡିଜକୁ ୮ ରନରେ ନ୍ୟୁଜିଲାଣ୍ଡ ମାତ ଦେଇଛି । ଦକ୍ଷିଣ ଆଫ୍ରିକା କ୍ରମାଗତ ଦ୍ୱିତୀୟ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି । ଅଗଷ୍ଟ ୨୦ରେ ଦୁବାଇରେ ଫାଇନାଲ ମ୍ୟାଚ ଖେଳାଯିବ । ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକା ଟାଇଟଲ ହାସଲ କରି ନ ଥିବାରୁ ଏଥର ପ୍ରଶଂସକଙ୍କୁ ନୂଆ ବିଜେତା ମିଳିବ । ଟି୨୦ ମହିଳା ବିଶ୍ୱକପ ଏଥର ବାଂଲାଦେଶରେ ହେବାକୁ ଥିଲା ।

ମାତ୍ର ରାଜନୈତିକ ଅସ୍ଥିରତା ଯୋଗୁ ଏହା ୟୁଏଇକୁ ସ୍ଥାନାନ୍ତରିତ ହୋଇଥିଲା । ୨୦୦୯ରେ ମହିଳା ଟି୨୦ ବିଶ୍ୱକପ ଆରମ୍ଭ ହୋଇଥିଲା । ପ୍ରଥମ ସଂସ୍କରଣରେ ଇଂଲଣ୍ଡ ଚାମ୍ପିୟନ ହୋଇଥିଲା । ଏହା ପରେ ୨୦୧୦, ୨୦୧୨, ୨୦୧୪, ୨୦୧୮, ୨୦୨୦ ଓ ୨୦୨୩ରେ ଅଷ୍ଟ୍ରେଲିଆ ଟାଇଟଲ ହାସଲ କରିଥିଲା । ୨୦୧୬ରେ ୱେଷ୍ଟଇଣ୍ଡିଜ ଚାମ୍ପିୟନ ହୋଇଥିଲା । ଭାରତ ଶ୍ରେଷ୍ଠ ପ୍ରଦର୍ଶନ ୨୦୨୦ରେ କରିଥିଲା । ଟିମ ଇଣ୍ଡିଆ ଫାଇନାଲରେ ଅଷ୍ଟ୍ରେଲିଆଠାରୁ ହାରି ରନର୍ସଅପ ହୋଇଥିଲା ।

Leave A Reply

Your email address will not be published.