Latest Odisha News

ମହିଳା କ୍ରିକେଟ: ଅଷ୍ଟ୍ରେଲିଆ ରେକର୍ଡ ଭାଙ୍ଗିଲା ଭାରତ

ଚେନ୍ନାଇ: ଭାରତୀୟ ମହିଳା କ୍ରିକେଟ ଟିମ ଟେଷ୍ଟ କ୍ରିକେଟରେ ଆଉ ଏକ କୀର୍ତିମାନ ସ୍ଥାପନ କରିଛି । ଅଷ୍ଟ୍ରେଲିଆ ବିପକ୍ଷ ଏକମାତ୍ର ଟେଷ୍ଟରେ ଭାରତ ୬ ୱିକେଟ ହରାଇ ୬୦୩ ରନ କରିବା ପରେ ଇନିଂସ ଘୋଷଣା କରିଛି । ମହିଳା କ୍ରିକେଟରେ ଏହା ସର୍ବାଧିକ ଦଳଗତ ସ୍କୋର । ଏହା ପୂର୍ବରୁ ଅଷ୍ଟ୍ରେଲିଆ ନାମରେ ଏହି ରେକର୍ଡ ରହିଥିଲା । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅଷ୍ଟ୍ରେଲିଆ ୫୭୫ ରନ କରିଥିଲା । ଭାରତର ଶେଫାଳୀ ବର୍ମା (୨୦୫) ଓ ସ୍ମୃତି ମାନ୍ଧାନା (୧୪୯) ପ୍ରଥମ ୱିକେଟରେ ୨୯୨ ରନର ରେକର୍ଡ ପାର୍ଟନରଶିପ ସଂଗ୍ରହ କରିଥିଲେ ।

ଜବାବରେ ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୪ ୱିକେଟ ବିନିମୟରେ ୨୩୬ ରନ ସଂଗ୍ରହ କରିନେଇଛି । ଦଳ ଏବେ ଭାରତ ସ୍କୋରଠାରୁ ୩୬୭ ରନ ପଛରେ ରହିଛି । ମାରିଜେନ କାପ ୬୯ ଓ ନାଦିନେ ଦେ କ୍ଲାର୍କ ୨୭ ରନ କରି ଅପରାଜିତ ଅଛନ୍ତି । ଭାରତ ପକ୍ଷରୁ ସ୍ନେହା ରଣା ୩ଟି ୱିକେଟ ଅକ୍ତିଆର କରିଛନ୍ତି ।

Leave A Reply

Your email address will not be published.