Latest Odisha News

BREAKING NEWS

ମହିଳା ଦିନିକିଆ ବିଶ୍ୱକପ: ଲୌରାଙ୍କ ଐତିହାସିକ ଇନିଂସ, ଫାଇନାଲରେ ଦକ୍ଷିଣ ଆଫ୍ରିକା

ଗୌହାଟୀ: ଚଳିତ ମହିଳା ଦିନିକିଆ ବିଶ୍ୱକପ କ୍ରିକେଟର ପ୍ରଥମ ସେମିଫାଇନାଲରେ ଇଂଲଣ୍ଡକୁ ୧୨୫ ରନରେ ହରାଇ ଦକ୍ଷିଣ ଆଫ୍ରିକା ପ୍ରଥମ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି । ଲୌରା ୱଲଭଡର୍ଟଙ୍କ ଐତିହାସିକ ଇନିଂସ ବଳରେ ଦକ୍ଷିଣ ଆଫ୍ରିକା ଏହି ବିଜୟ ହାସଲ କରିଛି । ଫାଇନାଲରେ ଦକ୍ଷିଣ ଆଫ୍ରିକା ଟିମ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ହେବାକୁ ଥିବା ଦ୍ୱିତୀୟ ସେମିଫାଇନାଲର ବିଜେତାଙ୍କୁ ଭେଟିବ । ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ୭ ୱିକେଟ ବିନିମୟରେ ୩୧୯ ରନ କରିଥିଲେ । ଲୌରା ୧୬୯ ରନର ଇନିଂସ ଖେଳିଥିଲେ । ସୋଫି ଇକଲଷ୍ଟନ ଇଂଲଣ୍ଡ ପକ୍ଷରୁ ସର୍ବାଧିକ ୪ଟି ୱିକେଟ ଅକ୍ତିଆର କରିଥିଲେ ।

୩୨୦ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଇଂଲଣ୍ଡ ୪୨.୩ ଓଭରରେ ୧୯୪ ରନ କରି ଅଲଆଉଟ ହୋଇ ଯାଇଥିଲା । ନ୍ୟାଟ ସ୍କିୱର ୬୪ ଓ ଏଲିସ କ୍ୟାପ୍ସି ୫୦ ରନ କରିଥିଲେ । ମାରୀଜାନ କ୍ୟାପ ଦକ୍ଷିଣ ଆଫ୍ରିକା ପକ୍ଷରୁ ସର୍ବାଧିକ ୫ଟି ୱିକେଟ ନେଇଥିଲେ । ଲୌରା ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ଦକ୍ଷିଣ ଆଫ୍ରିକା ୨ଥର ସେମିଫାଇନାଲରେ ଇଂଲଣ୍ଡ ହରାଇଥିଲା । ଏବେ ଏହାର ମଧୂର ପ୍ରତିଶୋଧ ଦକ୍ଷିଣ ଆଫ୍ରିକା ଟିମ ନେଇପାରିଛି ।

Comments are closed.