Latest Odisha News

BREAKING NEWS

ସାଫ ଜୁନିୟର ଆଥଲେଟିକ୍ସ ଚାମ୍ପିୟନଶିପ: ଓଡିଶାର ଲକ୍ଷ୍ମୀଙ୍କୁ ରୌପ୍ୟ, ଜୟରାମଙ୍କୁ ବ୍ରୋଞ୍ଜ

ଭୁବନେଶ୍ୱର: ମାଡ୍ରାସରେ ଅନୁଷ୍ଠିତ ୪ର୍ଥ ଦକ୍ଷୀଣ ଏସୀୟ ଆଥଲେଟିକ ଫେଡେରେଶନ ଜୁନିୟର ଚାମ୍ପିୟନଶିପରେ ବୁଧବାର ଓଡିଶାର ପ୍ରତିଯୋଗୀ ୨ଟି ପଦକ ଜିତିଛନ୍ତି । ମହିଳା ୮୦୦ ମିଟର ବିଭାଗରେ ଲକ୍ଷ୍ମୀପ୍ରିୟା କିଶାନ ରୌପ୍ୟ ପଦକ ହାସଲ କରିଛନ୍ତି । ସେ ୨:୧୦.୮୭ ସେକେଣ୍ଡ ସମୟ ନେଇ ଦ୍ୱିତୀୟ ସ୍ଥାନରେ ରହିଥିଲେ । ଶ୍ରୀଲଙ୍କାର ଅଭିଷେକ ପେମାଶିରି (୨:୧୦.୧୭) ସ୍ୱର୍ଣ୍ଣ ଏବଂ ଶଂସାଲା ହିମାଶାନି ସେନେଭିରା (୨:୧୨.୧୩) ବ୍ରୋଞ୍ଜ ପଦକ ଜିତିଛନ୍ତି ।

ପୁରୁଷ ୧୦୦ ମିଟର ଦୌଡରେ ଓଡିଶାର ମୃତ୍ୟୁମ ଜୟରାମ ଦଣ୍ଡପତି cବ୍ରୋଞ୍ଜ ପଦକ ହାତେଇଛନ୍ତି । ସେ ୧୦.୫୬ ସେକେଣ୍ଡରେ ରେସ ସମ୍ପୂର୍ଣ୍ଣ କରି ତୃତୀୟ ସ୍ଥାନରେ ରହିଥିଲେ । ଶ୍ରୀଲଙ୍କାର ଆଥଲେଟ ୱିଜୟସିଂଘେ ମେରନ ଜୁଲିଆନ (୧୦.୪୧) ସ୍ୱର୍ଣ୍ଣ ଓ ବୀରରତ୍ନେ ଦୀନେଶ ଇନ୍ଦୁୱାରା ୧୦.୪୯ ସେକେଣ୍ଡରେ ରେସ ସମ୍ପୂର୍ଣ୍ଣ କରି ରୌପ୍ୟ ପଦକ ଜିତିଥିଲେ ।

Comments are closed.