Latest Odisha News

BREAKING NEWS

ଏସିଆନ ଗେମ୍ସ: ଭାରତର ପଦକ ସଂଖ୍ୟା ୫୦ ପାର

ହାଙ୍ଗଝୋଉ: ଚଳିତ ଏସିଆନ ଗେମ୍ସର ୮ମ ଦିନ ଭାରତର ପଦକ ସଂଖ୍ୟା ୫୦ ପାର କରିଛି । ରବିବାର ସୁଦ୍ଧା ଭାରତ ୧୩ ସ୍ୱର୍ଣ୍ଣ ସମେତ ୫୩ ପଦକ ଜିତି ଚତୁର୍ଥ ସ୍ଥାନରେ ରହିଛିି । ଶୁଟିଂର ମେନ୍ସ ଟ୍ରାପ, ୩୦୦୦ ମିଟର ଷ୍ଟେପଲ ଚେଜ ଓ ଶଟପୁଟରେ ଭାରତ ସ୍ୱର୍ଣ୍ଣ ଜିତିଛି । ପୃଥ୍ୱୀରାଜ ଟୋଣ୍ଡାଇମେନ, ଜୁରାବର ସିଂ ଓ କିନାନ ଚେନାଇ ଶୁଟିଂର ୫୦ ମିଟର ପୁରୁଷ ଟ୍ରାପ ଇଭେଂଟରେ ସ୍ୱର୍ଣ୍ଣ ହାସଲ କରିଥିଲେ । ମହିଳା ବିଭାଗରେ ମନୀଷା କୌର, ପ୍ରୀତି ରଜକ ଓ ରାଜେଶ୍ୱରୀ କୁମାରୀ ରୌପ୍ୟ ଜିତିଥିଲେ । ଯୁବ ଆଥଲେଟ ଅବିନାଶ ସାବଲେ (୩:୧୯.୫୩ ସେକେଣ୍ଡ) ନୂତନ ଗେମ୍ସ ରେକର୍ଡ ସହ ୩୦୦୦ ମିଟର ଷ୍ଟେପଲ ଚେଜରେ ସ୍ୱର୍ଣ୍ଣ ଜିିତି ଭାରତକୁ ଗୌରବାନ୍ୱିତ କରିଛନ୍ତି । ସେ ଇରାନର ହୁସେନୀଙ୍କ ରେକର୍ଡ ଭଙ୍ଗ କରିଥିଲେ । ଶଟପୁଟରେ ତେଜିନ୍ଦର ପାଲ ସିଂ ଟୁର ଶେଷ ପ୍ରୟାସରେ ସ୍ୱର୍ଣ୍ଣ ହାସଲ କରିଥିଲେ । ସେ ୨୦.୩୬ ମିଟର ଦୂରତାକୁ ଥ୍ରୋ କରି ଏହି ସଫଳତା ହାସଲ କରିଥିଲେ ।

ଅନ୍ୟ ପଦକ ବିଜେତାଙ୍କ ମଧ୍ୟରେ ମହିଳା ଡିସକସ ଥ୍ରୋରେ ସୀମା ପୁନିଆ ବ୍ରୋଞ୍ଜ, ପୁରୁଷ ଲଙ୍ଗଜମ୍ପରେ ମୁରଲୀ ଶ୍ରୀଶଙ୍କର ରୌପ୍ୟ, ମହିଳା ୧୫୦୦ ମିଟରରେ ହରମିଲନ ରୌପ୍ୟ, ପୁରୁଷ ୧୫୦୦ ମିଟରରେ ଅଜୟ କୁମାର ରୌପ୍ୟ ଓ ଜିନ୍ସନ ଜନଶନ ବ୍ରୋଞ୍ଜ ପଦକ ଜିତିଥିଲେ । ମହିଳା ୧୦୦ ମିଟର ହର୍ଡଲ୍ସରେ ଜ୍ୟୋତି ୟାରାଜୀ ରୌପ୍ୟ ଓ ବକ୍ସିଂରେ ନିଖତ ଜରୀନ ୫୦ କିଗ୍ରା ବିଭାଗରେ ବ୍ରୋଞ୍ଜ ପଦକ ଜିତିଛନ୍ତି । ବ୍ୟାଡମିଂଟନ ପୁୁରୁଷ ଟିମ ଇଭେଂଟରେ ଭାରତ ୨-୩ରେ ଚୀନଠାରୁ ହାରି ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛି । ଭାରତର ଶୁଟିଂ ଟିମ ୭ ସ୍ୱର୍ଣ୍ଣ ୯ ରୌପ୍ୟ ଓ ୬ ବ୍ରୋଞ୍ଜ ପଦକ ସହ ଏସିଆନ ଗେମ୍ସରେ ଅଭିଯାନ ଶେଷ କରିଛନ୍ତି ।

Comments are closed.