Latest Odisha News

BREAKING NEWS

କବିତା : ଶୀତରାତି

ଈଶ୍ୱରୀ

ଶୀତରାତି ଲାଗେ ବଡ଼ ନିଛାଟିଆ
ସଞ୍ଜ ଗଡ଼ିଗଲା ପରେ
ତୁମ ଆସିବାର ଠିକଣା ନଥାଏ
ତଥାପି ଏ ମନ ଝୁରେ।।

କୁଆଁରୀ କୁମୁଦ ଚାନ୍ଦ-ପ୍ରେମାମୃତ
ଜୋଛନାର ପରଶରେ
ପ୍ରିୟର କୋଳରେ ମଧୁ-ଆଲିଙ୍ଗନେ
ପ୍ରସ୍ଫୁଟିତ ସରସୀରେ।।

ଗାଆଁରୁ ସହର ଶୀତର ଚାଦର
ତନୁମନେ ଭରାପ୍ରୀତି
ଚଉଷଠି ମୁଦ୍ରାଚ୍ଛନ୍ନେ ମହୀ ଦେଖି
ଭ୍ରମିତ ଯେ ଯତି-ମତି।।

ଆଖି ଖୋଜିହୁଏ ତୁମ ସ୍ଵରୂପକୁ
ମନ ଭିଜେ ପ୍ରୀତିଧାରେ
ଶୀତରାତି ସେ କି ଧାରୁଆ କରତ
କାଟେ ମତେ ନୀରବରେ।।

ସୋର, ବାଲେଶ୍ଵର

Comments are closed.