Latest Odisha News

BREAKING NEWS

ନବରାତ୍ରୀରେ ଘରେ ବନାନ୍ତୁ ସ୍ଵାଦିଷ୍ଟ ଶାଗୁ ବରା

ଭୁବନେଶ୍ଵର: ଆଉ ମାତ୍ର କିଛି ଦିନରେ ଆରମ୍ଭ ହେବାକୁ ଯାଉଛି ଶାରଦୀୟ ନବରାତ୍ରୀ । ଏହି ଅବସରରେ ଯଦି ଆପଣ ମାନେ ମଧ୍ୟ ଦୁର୍ଗାବ୍ରତ କରୁଛନ୍ତି ତେବେ ଜାଣନ୍ତୁ ଏହି ସ୍ଵାଦିଷ୍ଟ ଚଟପଟା ରେସିପି । ଖୁବ କମ୍ ତେଲ ଏବଂ କମ୍ ପରିଶ୍ରମରେ ଘରେ ଅତି ସହଜରେ ଅଳ୍ପ କିଛି ସାମଗ୍ରୀରେ ବନାନ୍ତୁ ଶାଗୁ ବରା ।

ସାଧାରଣତଃ ଦକ୍ଷିଣ ଭାରତରେ ଖୁବ ଧୁମଧାମରେ ପାଳନ କରାଯାଏ ଏହି ନବରାତ୍ରୀ ପୂଜା । ଅନେକ ଲୋକ ନବରାତ୍ରୀ ବେଳେ ଦୁର୍ଗାବ୍ରତ କରିଥାଆନ୍ତି । ଦିନ ସାରା ଉପବାସ କରି ରୁହନ୍ତି ଶ୍ରଦ୍ଧାଳୁ ମାନେ । କିଛି ଶ୍ରଦ୍ଧାଳୁ କେବଳ ଫଳ ଖାଇ ରହୁଥିବା ବେଳେ କିଛି ଜଣ ଏକ ପ୍ରହର ଖାଦ୍ୟ ଖାଇ ରହିଥାନ୍ତି । ବେଳେ ବେଳେ ନବରାତ୍ରୀ ପୂଜାରେ ଆପଣ କଣ ଖାଇବେ କଣ ଖାଇବେନି ସେ ନେଇ ମନରେ ଦ୍ଵନ୍ଦ ଆସିଥାଏ । ସାଧାରଣତଃ ବ୍ରତ କଥା ଆସିଲେ ମନକୁ ଶାଗୁ ଖିରି, ଶାଗୁ ଉପମା ପରି ଖାଦ୍ୟ ଆସିଥାଏ । ତେବେ ଆଜି ଆମେ ଆପଣଙ୍କୁ ଶାଗୁରେ ତିଆରି ଏକ ଭିନ୍ନ ଖାଦ୍ୟ ରେସିପି ବିଷୟରେ କହିବୁ । ଶାଗୁ ବରା । ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳି …

ଶାଗୁ ବରା ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଗୋଟେ କପ୍ ଶାଗୁକୁ ୪/୫ ଘଣ୍ଟା ପାଣିରେ ଭିଜେଇ ଦିଅନ୍ତୁ । ଶାଗୁ ଭଲସେ ବତୁରିବା ନିହାତି ଜରୁରୀ । ଶାଗୁ ଭଲରେ ବତୁରିନଥିଲେ ବରା ପ୍ରସ୍ତୁତି କରିବାରେ ଅସୁବିଧା ହେବ । ଏବେ ଗୋଟେ କଡ଼େଇ ରେ କିଛି ବାଦାମ କୁ ଭାଜି ନବା । ବାଦାମ ଗୁଡ଼ିକ ଗୋଲ୍ଡେନ ବ୍ରାଉନ ହେଲା ପରେ ତାକୁ ଗ୍ରାଇଁଣ୍ଡରରେ ଖଦଡ଼ା କରି ବାଟିଦେବେ । ତାପରେ ଗୋଟେ ଗିନା ରେ ୪/୫ ସିଝା ଆଳୁକୁ ଭଲସେ ଚକଟି ଦେବେ । ଚକଟା ଆଳୁରେ ଶାଗୁ, ବାଦାମ, କଞ୍ଚା ଲଙ୍କା, ଧନିଆ ପତ୍ର, କର୍ଣ୍ଣଫ୍ଲୋର, ଲୁଣ, ଲେମ୍ବୁ ରସ ପକେଇ ଭଲଭାବରେ ମିଶାଇଦିଅନ୍ତୁ । ଏହାପରେ ଏହାକୁ ବରା ଆକାରରେ ତେଲରେ ଛାଣି ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ଆମଣଙ୍କ ସୁସ୍ଵାଦୁ ଶାଗୁ ବରା । ଏବେ ଆପଣ ଏହାକୁ ଟମାଟୋ କିମ୍ବା ଗ୍ରୀନ ଚଟଣୀରେ ଖାଇପାରିବେ ।

Leave A Reply

Your email address will not be published.