ପ୍ରିୟମ୍ବଦା ସାମଲ
ଶୀତ ପ୍ରଭାତରେ ଚାଷୀ ଗୀତ ଗାଏ
ଦେଖି ତାର ସୁନା କ୍ଷେତ
ଧରଣୀ ମାଆ ମୋ ସୁନେଲି ରଙ୍ଗର
ପିନ୍ଧି ଅଛି ପାଟ ବସ୍ତ୍ର।
ଅଳସି ସୋରିଷ ଫୁଲେଇ ହେଉଛି
ଅଳସ ଭାଙ୍ଗଇ ଧୀରେ
ସୁନେଲି କ୍ଷେତରେ ନାଚି ନାଚି ଝୁମେ
ଜନ ମନ ପ୍ରାଣ ହରେ।
ପ୍ରକୃତି ରାଣୀର ସେନେହ ସ୍ପର୍ଶରେ
ପ୍ରୀତିମୟ ସସାଗରା
କାକରର ମିଠା ମିଠା ଚୁମ୍ୱନରେ
ସୁନେଲି କ୍ଷେତ ଅଧିରା।
ଶୀତର ଶୀତଳ ମଧୁର ଲଗନେ
ବୃକ୍ଷ ଲତା ପ୍ରଫୁଲ୍ଲିତ
ସଜ ଫୁଟା ଫୁଲ କରେ ସମ୍ମୋହିତ
ହସୁଛି ସୁନେଲି କ୍ଷେତ।
ଭୁବନେଶ୍ୱର
Comments are closed.