Latest Odisha News

କବିତା : ଅମୃତ ତୃଷ୍ଣା

ଶୁଭ୍ରାଂଶୁ ଶେଖର ମାହୁନ୍ତ

ବେଶ୍ କିଛିଦିନର ନୀରବତା ପରେ
ସୁପ୍ତ ମନେ ମୋ ଆଜି
ଭରିଦେଲ ଅହେତୁକ ତୃଷ୍ଣା,
ଅସଂଶୟ ପ୍ରଣୟର ମାୟାରେ
ଭାଳି ବସିଲି ତୁମ ଦେହଲଗ୍ନା
ହେବା ବେଳ ବାସ୍ନା ।।

ଅଦୃଶ୍ୟ ଆବେଗରେ
ଗୋପନୀୟ ଇଚ୍ଛା ମୋର
ଅକସ୍ମାତ୍ ହେଲା ବାଟବଣା,
ସାନିଧ୍ୟର ବ୍ୟାକୁଳତାରେ
ଶାହାଜାହନର ମନ ନେଇ
ମାଗିଲି ମୋ ପ୍ରେମ ପାଉଣା ।।

ଅବିଶ୍ବାସର ଉତ୍ତୁଙ୍ଗ ମହଲରେ
ଠିଆ କରେଇ ଭାଙ୍ଗିଦେଲ ସ୍ବପ୍ନ
କରି ମୋତେ ପ୍ରତ୍ୟାଖ୍ୟାନ,
ହୃଦୟରେ କୋହସବୁ ଚାପି
ନୀଳକଣ୍ଠ ସାଜି ଯନ୍ତ୍ରଣାକୁ
କରୁଅଛି ମୁଁ ଆକଣ୍ଠ ପାନ ।।

ଭଦ୍ରକ

Leave A Reply

Your email address will not be published.