Latest Odisha News

BREAKING NEWS

କବିତା : ଭୋଦୁଅ କଇଁ

ରାଜ କିଶୋର ନାୟକ

କାଦୁଆ ମାଟିରେ ଭୋଦୁର କଇଁ
ରଙ୍ଗ ଧୋବ ଫରଫର
ଦିଦି ତୋଳୁଥିଲା ଭାଲୁକୁଣୀ ପାଇଁ
ପଢି କେତେ ଯେ ମନ୍ତର

ସେ ମନ୍ତ୍ରରେ ଥିଲା ଅନେକ ବେଦନା
କୋହ ଭରା ମୁହୂର୍ତ୍ତର
ଜୀବନର କିଛି ଅଭୁଲା ସ୍ମୃତିକୁ
ମନ୍ଥୁଥିଲା ବାରମ୍ବାର
ଯାଇଛି ସେ ବେଳ ଆସିବନି ଫେରି
ତଥାପି ମନ ଅସ୍ଥିର
ପଢି କେତେ ଯେ ମନ୍ତର (୧)

ଅସ୍ଥିର ମନରେ ସମର୍ପୁ ଥିଲା ସେ
ଭକତିର ନଇବେଦ୍ଯ
ତଥପି ହୃଦୟ ମନ୍ଦିର ମଧ୍ଯରେ
ଶୁଭୁଥିଲା ଶୁଭ ବାଦ୍ଯ
କେବେ ହାରି ନାହିଁ ଜୀବନ ଯାତ୍ରାରେ
ଦବି ନାହିଁ ତାର ସ୍ବର
ପଢି କେତେ ଯେ ମନ୍ତର (୨)

ମଙ୍ଗଳା କୋଠୀରେ ମଙ୍ଗଳ ଆଳତି
ଖୁଦୁରୁକୁଣୀ ସୁମରି
ମଙ୍ଗଳ ମନାସେ ଦେଶ ଜାତି ପାଇଁ
କରେ ସେ କେତେ ଗୁହାରୀ
ଭାଇ ତା ଜୀବନ ଭାଇ ପାଇଁ ସିଏ
କରେ ବାର ଓଷା ବ୍ରତ
ପଢି କେତେ ଯେ ମନ୍ତର
ପଢି କେତେ ଯେ ମନ୍ତର …(୩)

ତଳବଙ୍ଗାଳ, କୁଶୁବେଣ୍ଟି , ବ୍ରହ୍ମଗିରି , ପୁରୀ 

Leave A Reply

Your email address will not be published.