Latest Odisha News

BREAKING NEWS

Browsing Tag

Odia Poem

କବିତା : ଭାରି କଷ୍ଟ ଲାଗେ

ଭାରତୀ ସରିତା ମହାନ୍ତି  ଭାରି କଷ୍ଟ ଲାଗେ ରକ୍ତ ପର ହେଲେ ଏ କି ଅବା ଭାଗ୍ୟ ଦୋଷ? ଦୋଷ ନ କରିବି ଦୋଷୀ ସାଜେ ମୁଁ ଯେ ଏହା ମୋ’ର ଅବାଶୋଷ। ଭାରି କଷ୍ଟ ଲାଗେ ଆଖି ଦୁଇ ଯେବେ ଖୋଜି ବୁଲେ ଅତୀତକୁ ଅତୀତ ଇଶାରା ଦିଏ ବର୍ତ୍ତମାନ ସଦା କଷ୍ଟ ସହିବାକୁ। ଭାରି କଷ୍ଟ ଲାଗେ ମମତାର…

କବିତା : ପ୍ରିୟ କାଳ

ପ୍ରଳୟ ନାୟକ  ତୁମେ ସମୁଦ୍ରେ ସମୁଦ୍ର ଆଉ ମୁଁ ନିରିମାଖୀ ପଥହରା ଶୋଷ ତୁମେ ସତ୍ୟ ଚିରନ୍ତନ ଆଉ ମୁଁ ଖାଲି ଭିଖାରୀଟେ ଟୋପେ ଭାବ ଅବଶେଷ , ଅନନ୍ତ ମୋ ଆକୁଳ ପ୍ରାର୍ଥନା ତୁମେ ଆହେ ଶୁଣିକି ପାରୁନା …….? ତୁମେ ଭାସ୍ବର ଯୌବନ ବିଭାବସୁ ଗତିମାନ ସଦା ଦିନ ଯାଏ ଦିନ ଆସେ ଏପଟ ସେପଟ…

କବିତା : ଅଲୋଡ଼ା ପଣର ହସ

ସୁଜାତା ମିଶ୍ର ପ୍ରବାଳ ଦ୍ୱୀପର ରାଣୀ ନୁହେଁ ମୁଁ ତ..... ନୁହେଁ ରୂପା ଜହ୍ନର ହସ..., ନୁହଁଇ ମୁଁ ବି ସ୍ବପ୍ନ ବିଭୋର ଗୋଧୂଳି ଲଗନେ କ୍ଳାନ୍ତ ପକ୍ଷୀର ଲେଉଟାଣି ଉଚ୍ଛ୍ୱାସ.., ମୁଁ ଯେ କୁଟୀର ଦୁଆରେ ସଂଜ ଦୀପାଳିର ଟୋପାଏ ଆତ୍ମ ବିଶ୍ବାସ..., ଅବା କିଛି ଜମିଥିବା ବର୍ଷା…

କବିତା : ରାତିର କଥା

ସାଧନା ପଣ୍ଡା ଭଲ ପାଇବାର ବିଭୁତିକୁ ଛାତିରେ ସାଇତି ଗ୍ରହଣ ପରି ଢୋକୁଛି ପ୍ରୀତିର ଗରଳକୁ ! ଶୋଷରେ ଜର ଜର ଏଇ ଦୁର୍ବଳ ମନର ଜଖମରେ ମଲମ ଲଗାଇ ନିସ୍ତେଜ, ନିର୍ବେଦରେ ସାରା ରାତି ଅନାଇ ରହିଛି ଟିକେ ଶ୍ୟାମଳ ଛୁଆଁକୁ ! ଅନନ୍ତ ପ୍ରତୀକ୍ଷାର ଅନ୍ତକରି ଧୋଇ ଦେଇଛି ଶ୍ରାବଣ…

କବିତା : ପାପ ଭସ୍ମ

ଗଦାଧର ସାହୁ ତୋ ଦୀପ ଅଗ୍ନିକୁ ମୋ ପାପ ନିଅଣ୍ଟ ପୋଡି ପାଉଁଶ ହେବାକୁ, ତଥାପି ସରୁନି କେମିତି ତେଜିଛୁ ଦୀପ ଅଗ୍ନି ସଳିତାକୁ । ଜନମ ବେଳରେ କେତେ ପାପ ଥିଲା କାହାକୁ କହିଛ କୁହ, ମରଣ ବେଳକୁ କେତେ ରହିଗଲା ପାପି ଚାଲିଗଲା କୁହ । କର୍ମ କରୁ କରୁ ଯେତେ ପାପ କଲି ପୋଡେ…

କବିତା : ଶୂନ୍ୟତା

ଭାରତୀ ସରିତା ମହାନ୍ତି  କଣ୍ଟକିତ ଏହି ଚଲା ପଥେ ଆଜି ପାଦେ ପାଦେ କଣ୍ଟା ଦିଏ ଆଘାତ ଅଭିଶପ୍ତ ଲାଗେ ସାରା ଜୀବନଟା ସ୍ମୃତିରେ ସ୍ମୃତିରେ ହୁଏ ଆହତ। ଆଶାର ସାଗରେ ହାତାଶାର ଢେଉ ସ୍ବପ୍ନ ବାଲି ଘର ନିଏ ଭସାଇ ରଙ୍ଗହୀନ ଏହି ଅଳିକ ଜୀବନ ମୃତ୍ୟୁକୁ ଅପେକ୍ଷା କରି ବସଇ। ପରାସ୍ତ…

କବିତା : ସତ୍ୟର ସାରଥି

ବନ୍ଦିତା ଦାଶ  ସତକୁ ଖୋଜିଖୋଜି ପହଞ୍ଚିଲି ଯେଉଁ ଇଲାକାରେ ସେଠାରେ ଭେଟିଲି ପ୍ରତ୍ୟୟକୁ ବିଶ୍ୱାସର ସ୍ୱଚ୍ଛରଙ୍ଗରେ ହଜିଗଲା ମୋ' ସତ୍ତା । 'ମୁଁ ' ପଣ ଲୁଚିଗଲା ...... ଲିଭିଗଲା ଅହଂର ଅନ୍ଧାର। କେଉଁ ଅନାମ ମୁଦ୍ରାରେ କିଛି କହିବାକୁ ଚାହିଁ ହୋଇଗଲି ମୂକ ; 'ସର୍ବେ ଭବନ୍ତୁ…

କବିତା : ଚେର

ମାନସ ରଞ୍ଜନ ମହାପାତ୍ର ସବୁ ଯଦି ଠିକ୍ ଅଛି ମୁଁ କାହିଁକି ବ୍ୟସ୍ତ, କାହାପାଇଁ କେଉଁ କଥାଟି ମୁଁ କହି ପାରୁନାହିଁ କାହାକୁ ? ସମୟ ଯଦି ଧୋଇନିଏ ସବୁକିଛି ମୋ ପୁରୁଣା କ୍ଷତ ସବୁ ଶୁଖୁନି କାହିଁକି ନା ମୁଁ ଆଗକୁ ବଢି ପାରୁଛି ନା ଫେରି ପାରୁଛି ପଛକୁ ଅନେକ ପୁରୁଣା ସାଥୀ…

କବିତା : ନୀଳ ଜହ୍ନ

ରାଜ କିଶୋର ନାୟକ ତୁମେ ଆକାଶର ନୀଳ ଜହ୍ନ ସତ ମୁଁ ଧରଣୀ ଶ୍ବେତ କଇଁ ତୁମରି ଜୋଛନା ପରସ ପାଇ ମୁଁ ନିଶିଥେ ଉଠଇ ଚେଇଁ । ନୀଳାକାଶେ ତୁମେ ଧୂସର ବାଦଲ ମୁଁ ବୈଶାଖୀ ଶୁଷ୍କ ନଈ ଆଷାଢ ପ୍ରଥମ ଵରଷା ଛୁଆଁରେ ଧୀରେ ଧୀରେ ଯାଏ ବହି ତୁମେ ଆକାଶର....। ଫଗୁଣରେ ତୁମେ ମଳୟ ପବନ…

କବିତା : ନାରୀ

ବିଳାସିନୀ ପୃଷ୍ଟି ନାରୀ ତୁ ସଂସାରେ ବନ୍ଦନୀୟା ବୋଲି ଧରିତ୍ରୀ ରୁପେ ତୋ ନାଁଆ ଅଭୟ ଦାୟିନୀ ମଙ୍ଗଳା ବୋଲାଉ ଦୟାମୟୀ ହୋଇ ମାଆ। କ୍ରୋଧ ବେଳେ ତୁହି ସଂହାର କାରିଣୀ ନିସ୍ତାର ନ ପାନ୍ତି କେହି ବସୁଧା ରୂପରେ କରୁ ତୁ ପାଳନ କେତେ ବାଧା ବିଘ୍ନ ସହି। ଜାୟା ଓ ଜନନୀ ଭଗିନୀ ରୂପରେ…