Latest Odisha News

BREAKING NEWS

ସାଫ ଜୁନିୟର ଆଥଲେଟିକ୍ସ: ସବିତା ଜିତିଲେ ରୌପ୍ୟ

ଭୁବନେଶ୍ୱର: ଚେନ୍ନାଇରେ ଚାଲିଥିବା ସାଫ ଜୁନିୟର ଆଥଲେଟିକ୍ସ ପ୍ରତିଯୋଗିତାରେ ଓଡିଶା ଆଥଲେଟ ସବିତା ରୌପ୍ୟ ପଦକ ଜିତିଛନ୍ତି । ୧୦୦ ମିଟର ହର୍ଡଲ୍ସରେ ସବିତା ୧୩.୯୬ ସେକେଣ୍ଡରେ ରେସ ସମ୍ପୂର୍ଣ୍ଣ କରିଥିଲେ । ଭାରତର ଉନ୍ନତି ଆୟପ୍ପା ନୂତନ ମିଟ ରେକର୍ଡ ସହ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସେ ୧୩.୯୩ ସେକେଣ୍ଡରେ ରେସ ସମ୍ପୂର୍ଣ୍ଣ କରି ପ୍ରଥମ ସ୍ଥାନରେ ରହିଥିଲେ । ପୂର୍ବରୁ ୧୪.୧୯ ସେକେଣ୍ଡ ମିଟ ରେକର୍ଡ ରହିଥିଲା । ଶ୍ରୀଲଙ୍କାର ପିଜି ମିୟୁନି ସିଦସନା ୧୫.୩୨ ସେକେଣ୍ଡ ସମୟ ନେଇ ବ୍ରୋଞ୍ଜ ପଦକ ହାସଲ କରିଥିଲେ । ୧୯ ବର୍ଷୀୟା ସବିତାଙ୍କ ଏହା ତୃତୀୟ ଆନ୍ତର୍ଜାତୀୟ ଜୁନିୟର ପଦକ ।

କଳିଙ୍ଗ ଷ୍ଟାଡିୟମରେ ଥିବା ଓଡିଶା-ରିଲାଏନ୍ସ ଫାଉଣ୍ଡେସନ ଆଥଲେଟିକ୍ସ ହାଇ ପର୍ଫମାନ୍ସ ସେଂଟରରେ ସେ ପ୍ରଶିକ୍ଷ ଣ ନେଉଛନ୍ତି । ଏହା ପୂର୍ବରୁ କୁଏଟରେ ଅନୁଷ୍ଠିତ ଏସିଆନ ୟୁଥ ଆଥଲେଟିକ୍ସ ଚାମ୍ପିୟନଶିପର ମେଡଲୀ ରିଲେରେ ସ୍ୱର୍ଣ୍ଣ ଓ ୧୦୦ ମିଟର ହର୍ଡଲ୍ସରେ ରୌପ୍ୟ ପଦକ ଜିତିଥିଲେ । ଓଡିଶାର ତୃତୀୟ ଆଥଲେଟ ଭାବେ ସାଫ ଚାମ୍ପିୟନଶିପରେ ସେ ପଦକ ଜିତିଛନ୍ତି । ଲକ୍ଷ୍ମୀପ୍ରିୟା କିଶାନ ମହିଳା ୮୦୦ ମିଟରରେ ରୌପ୍ୟ ଏବଂ ଦଣ୍ଡପତି ମୃତ୍ୟୁମ ଜୟରାମ ୧୦୦ ମିଟର ସ୍ପ୍ରିଷ୍ଟରେ ବ୍ରୋଞ୍ଜ ପଦକ ଜିିତିଛନ୍ତି ।

Comments are closed.