Latest Odisha News

BREAKING NEWS

ସାଫ ୧୯ ବର୍ଷରୁ କମ ଚାମ୍ପିୟନଶିପ: ଶୁଭେନ୍ଦୁ ପଣ୍ଡାଙ୍କୁ ଜାତୀୟ ଦଳ କୋଚ ଦାୟିତ୍ୱ, ଚୂଡାନ୍ତ ଦଳରେ ୨ ଓଡିଆ

ଭୁବନେଶ୍ୱର: କାଠମାଣ୍ଡୁରେ ସେପ୍ଟମ୍ବର ୨୧ରୁ ସାଫ ୧୯ ବର୍ଷରୁ କମ ଚାମ୍ପିୟନଶିପ ଆରମ୍ଭ ହେବ । ଏଥିପାଇଁ ୨୩ ଜଣିଆ ଭାରତୀୟ ଦଳର ଘୋଷଣା କରାଯାଇଛି । ଓଡିଶାର ଶୁଭେନ୍ଦୁ ପଣ୍ଡାଙ୍କୁ ଜାତୀୟ ଦଳର କୋଚ ଦାୟିତ୍ୱ ପ୍ରଦାନ କରାଯାଇଥିବା ବେଳେ ଟିମରେ ୨ଜଣ ଓଡିଆ ଖେଳାଳିଙ୍କୁ ସୁଯୋଗ ମିଳିଛି । ସେମାନେ ହେଲେ ଏ ଶିବ ପ୍ରସାଦ ଓ ରାଜା ହରିଜନ । ଭାରତ ଗ୍ରୁପ ବିରେ ସ୍ଥାନ ପାଇଛି । ଏହି ଗ୍ରୁପରେ ଭୂଟାନ, ବାଂଲାଦେଶ ରହିଥିବା ବେଳେ ଗ୍ରୁପ ଏରେ ନେପାଳ, ମାଲଡିଭସ ଓ ପାକିସ୍ତାନ ରହିଛନ୍ତି । ରାଉଣ୍ଡ ରବିନ ଲିଗରେ ମ୍ୟାଚଗୁଡିକ ଖେଳାଯିବ । ୨ ଗ୍ରୁପର ଶ୍ରେଷ୍ଠ ୨ଟି ଟିମ ସେମିଫାଇନାଲକୁ ଉନ୍ନୀତ ହେବେ । ସେପ୍ଟମ୍ବର ୩୦ରେ ଫାଇନାଲ ମ୍ୟାଚ ଖେଳାଯିବ । ଭାରତୀୟ ଟିମ ଦୁବାଇ ଯାଇ ପ୍ରଶିକ୍ଷଣ ଶିବିରରେ ଯୋଗଦେବେ । ଏହା ପରେ ଟିମ ନେପାଳ ଯିବ ।

ଘୋଷିତ ଦଳ
ଲାଓନେଲ ଡାରେଲ ରୁମେଇ, ଦିବ୍ୟାଜ ଧୱଲ ଠକ୍କର, ମନଜୋତ ସିଂ ପାର୍ମର, ଥୋମାସ କାନୁମୁଟିଲ ଚେରିଆନ, ଜାହାଙ୍ଗୀର ଅହମ୍ମଦ ସାଗୁ, ବିଜୟ ମାରାଣ୍ଡି, ଏ. ଶିବ ପ୍ରସାଦ, ମନବୀର ବାସୁମାଟାରୀ, ସୁରଜକୁମାର ସିଂ ନାଗାଙ୍ଗବାମ, ରିକି ମିତେଇ, ମାଙ୍ଗେଲଥେଙ୍ଗ କିପଗେନ, ଈଶାନ ସିସୋଡିଆ, ଅର୍ଜୁନ ସିଂ ଓଇନାମ, ୟଶ ଚିକ୍ରୋ, ଏବିନଦାସ ୟେସୁଦାସନ, ରାଜା ହରିଜନ, ଥୁମସଲ ଟୋଙ୍ଗସିନ, ଗ୍ୱାଙ୍ଗମାସାର ଗୋୟାରେ, ସାହିଲ ଖୁର୍ଶିଦ, ଲିଙ୍କି ମେଇତେଇ ଚାବୁନଗବାମ, କେଲଭିନ ସିଂ ଟାଇରୋମ, ନାଓବା ମେଇତେଇ, ଦୀନେଶ ସୋବମ ।

Leave A Reply

Your email address will not be published.