Latest Odisha News

BREAKING NEWS

କମେଣ୍ଟ ମରାକୁ ନେଇ ଯୁବକଙ୍କୁ ହୋଇଥିଲା ହତ୍ୟା

ଭୁବନେଶ୍ବର : ଭୁବନେଶ୍ବର ପ୍ରେସଛକରେ ଯୁବକଙ୍କୁ ହତ୍ୟା ଘଟଣାରେ କାର୍ଯ୍ୟାନୁଷ୍ଠାନ । ମୁଖ୍ୟ ଅଭିଯୁକ୍ତ ସମେତ ୩ ଜଣଙ୍କୁ ଗିରଫ କରିଛି ସହିଦନଗର ଥାନା ପୋଲିସ । ଗିରଫ ୩ ଅଭିଯୁକ୍ତ ହେଲେ ମିଲୁ, ସତ୍ୟ ଓ ଜିତେନ୍ଦ୍ର । ହତ୍ୟାକାଣ୍ଡରେ ବ୍ୟବହୃତ ଛୁରୀ, ସ୍କୁଟି ଓ କାର ଜବତ କରିଛି ପୋଲିସ । ଭାଇଗିରି ଓ ଜଣେ ଯୁବତୀଙ୍କୁ କମେଣ୍ଟ ମରାକୁ ନେଇ ଗତକାଲି ନିରଂଜନ ପରିଡ଼ା ଓରଫ ଚିଣ୍ଟୁ ପରିଡ଼ାକୁ ହତ୍ୟା କରିଥିଲେ ଅଭିଯୁକ୍ତ ।

ସୂଚନା ଅନୁସାରେ, ଗତକାଲି ବିଶାଲ ପାତ୍ରଙ୍କ ସମେତ ୩ ଜଣ ମୋମୋ ଖାଇବକୁ ଯାଇଥିଲେ । ଅଭିଯୁକ୍ତ ମିଲୁ, ସତ୍ୟ ଓ ଜିତେନ୍ଦ୍ର ମଧ୍ୟ ସେଠାରେ ଥିଲେ । ହେଲେ କମେଣ୍ଟ ମରାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ସ୍ଥାନୀୟ ଲୋକଙ୍କ ହସ୍ତକ୍ଷେପରେ ସମାଧାନ ହୋଇଥିଲା । ପୁଣିଥରେ ବଚସା ହେବାରୁ ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ୍ ହୋଇଥିଲା । ୩ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ କେହି ପାଖରେ ରଖିଥିବା ଛୁରୀରେ ଚିଣ୍ଟୁକୁ ଛୁରୀରେ ଆକ୍ରମଣ କରିଥିଲା ।

ଏହି ସମୟରେ ଅଟକାଇବା ବେଳେ, ଆହତ ହୋଇଥିଲେ ବିଶାଳ ଓ ଅନ୍ୟ ଜଣେ । ଫଳରେ ଘଟଣାସ୍ଥଳରେ ଚିଣ୍ଟୁର ମୃତ୍ୟୁ ହୋଇଥିଲା । ହତ୍ୟାକାଣ୍ଡ ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ୩ ଅଭିଯୁକ୍ତ । ଜଣକୁ ସ୍ଥାନୀୟ ଲୋକେ କାବୁ କରିଥିବା ବେଳେ, ଆଉ ୨ ଜଣଙ୍କୁ ପୋଲିସ ବିଭିନ୍ନ ଜାଗାରେ ଚଢ଼ାଉ କରି କାବୁ କରିଛି ।

Comments are closed, but trackbacks and pingbacks are open.