Latest Odisha News

BREAKING NEWS

ସରିଲା ପୁରୀର ସାହିଯାତ ଉତ୍ସବ

ପୁରୀ: ଶ୍ରୀରାମ ନବମୀ ଠାରୁ ଆରମ୍ଭ ହୋଇଥିବା ଶ୍ରୀକ୍ଷେତ୍ର ସାହିଯାତ୍ରା ଶେଷ ହୋଇଛି। ଶ୍ରୀରାମ ଜନ୍ମ ନୀତି ଠାରୁ ଏହି ସାହିଯାତ ଆରମ୍ଭ ହୋଇଥିଲା ବେଳେ ଗତକାଲି ରାବଣ ବଧ ନୀତିରେ ଶେଷ ହୋଇଛି।

ମହାପ୍ରଭୁଙ୍କ ଆଜ୍ଞାମାଳ ପାଇବା ପରେ ବାଲିସାହି ରାବଣ ବାହାରି ସାହି ପରିକ୍ରମା କରି ଜମ୍ବେଶ୍ୱର ମନ୍ଦିରରେ ପହଂଚି ଥିଲା। ସେଠାରେ ରାବଣ ଯଜ୍ଞ କରିବା ପରେ ଭଗବତୀ କୋଟ ଜାଗାରେ ପହଂଚି ରାବଣ ଆରାଧନା କରିଥିଲେ। ସେଠାରୁ ପଣା ଭୋଗ ପାଇବା ପରେ ରାବଣ ସିଂହଦ୍ୱାରରେ ପତିତପାବନଙ୍କୁ ଦର୍ଶନ କରି ଶ୍ରୀଜଗନ୍ନାଥ ବଲ୍ଳବ ମଠରେ ପହଂଚି ଥିଲେ।

ଅନ୍ୟପଟେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅଜ୍ଞାମାଳ ପାଇଁ ଦକ୍ଷିଣୀ ଘରୁ ଶ୍ରୀରାମ ଓ ଶ୍ରୀଲକ୍ଷ୍ମଣ ବିମାନରେ ବିଜେ ହୋଇ ଶ୍ରୀଜଗନ୍ନାଥ ବଲ୍ଳବ ମଠରେ ପହଂଚି ଥିଲେ। ସେଠାରେ ଶ୍ରୀରାମ ଓ ରାବଣଙ୍କ ମଧ୍ୟରେ ଯୁଦ୍ଧ ନୀତି ଅନୁଷ୍ଠିତ ହୋଇଥିଲା।

ଶେଷରେ ରାବଣ ବଧ ହେବା ପରେ ଠାକୁର ମାନେ ଶ୍ରୀମନ୍ଦିକୁ ବାହୁଡା଼ ବିଜେ କରିଥିଲେ। ଆସନ୍ତା ବୈଶାଖ କୃଷ୍ଣ ଅଷ୍ଟମୀ ତିଥି ୪ ତାରିଖ ଦିନ ରାମାଭିଷେକ ନୀତି ଅନୁଷ୍ଠିତ ହେବ। କରୋନା ପାଇଁ ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ ନିଡାମ୍ବର ଭାବେ ସାହିଯାତ ପାଳନ କରାଯାଇଛି।

Leave A Reply

Your email address will not be published.