Latest Odisha News

BREAKING NEWS

କ୍ରିକେଟର ସାହିଦ୍ ଆଫ୍ରିଦିଙ୍କୁ କରୋନା

ଇସଲାମାବାଦ: ପାକିସ୍ତାନର ପୂର୍ବତନ କ୍ରିକେଟର ସାହିଦ ଆଫ୍ରିଦିଙ୍କୁ କରୋନା । ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ଜଣାପଡିଛି । ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଗୁରୁବାର ଯାଏଁ ସେ ଅସୁସ୍ଥତା ଅନୁଭବ କରୁଥିଲେ । ଏହାପରେ ତାଙ୍କର କୋଭିଡ ଟେଷ୍ଟ ହୋଇଥିଲା । ପରେ ଦୁର୍ଭାଗ୍ୟବଶତଃ ସେ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି । ସେ ଟ୍ବିଟ୍ କରି କହିଛନ୍ତି ସେ ଶୀଘ୍ର ଭଲ ହୋଇଯିବାକୁ ଲୋକେ ପ୍ରାର୍ଥନା କରନ୍ତୁ।

Leave A Reply

Your email address will not be published.