Latest Odisha News

ଟି୨୦: ୨୭ ବଲରେ ଶତକ ହାସଲ କରି ରେକର୍ଡ ଭାଙ୍ଗିଲେ ସାହିଲ

ଏପିସ୍କୋପି: ଇଷ୍ଟୋନିଆ କ୍ରିକେଟର ସାହିଲ ଚୌହ୍ୱାନ ଆନ୍ତର୍ଜାତୀୟ ଟି୨୦ରେ ଦ୍ରୁତ ଶତକ ହାସଲ କରିବା ଗୌରବ ଅର୍ଜନ କରିଛନ୍ତି । ସେ ସାଇପ୍ରସ ବିପକ୍ଷ ଟି୨୦ ସିରିଜରେ ମାତ୍ର ୨୭ ବଲରେ ଶତକ ହାସଲ କରିଛନ୍ତି । ପୂର୍ବରୁ ଏହି ରେକର୍ଡ ନାମ୍ବିଆର ଜନ ନିକୋଲ ଲଫଟିଙ୍କ ନାମରେ ଥିଲା । ସାହିଲ ୧୪ ବଲରେ ଅର୍ଦ୍ଧଶତକ ହାସଲ କରିବା ପରେ ବାକି ୧୩ଟି ବଲରେ ଶତକ ପୂର୍ଣ୍ଣ କରିଥିଲେ । ସେ ୪୧ ବଲରେ ୧୮ ଛକା ଓ ୬ ଚୌକା ସହାୟତାରେ ୧୪୪ ରନର ବିସ୍ଫୋରକ ଇନିଂସ ଖେଳିଥିଲେ । ଗୋଟିଏ ଇନିଂସରେ ସର୍ବାଧିକ ୧୮ ଛକା ମାରିବା ରେକର୍ଡ ମଧ୍ୟ ତାଙ୍କ ନାମରେ ଲିପିବଦ୍ଧ ହୋଇଛି ।

ସାଇପ୍ରସ ୧୯୨ ରନର ଲକ୍ଷ୍ୟ ରଖିଥିଲା । ୯ ରନରେ ୨ଟି ୱିକେଟ ହରାଇ ଇଷ୍ଟୋନିଆ ବିପଦରେ ପଡିଥିଲା । ଏହା ପରେ ସାହିଲ ବ୍ୟାଟିଂ କରିବାକୁ ଆସି ୧୩ ଓଭରରେ ଦଳକୁ ବିଜୟୀ କରାଇଥିଲେ । ଆନ୍ତର୍ଜାତୀୟ କ୍ରିକେଟରେ ଏବି ଡିଭିଲର୍ସ (୩୧ବଲ), କ୍ରିସ ଗେଲ (୩୦ ବଲ) ଶତକ ପୂରଣ କରିଥିବା ବେଳେ ପ୍ରଫେଶନାଲ କ୍ରିକେଟରେ ଜ୍ୟାକ ଫ୍ରେଜର ୨୯ ବଲରେ ଶତକ ମାରିଥିଲେ । ସାହିଲ ଏହି ସମସ୍ତ ରେକର୍ଡ ଭଙ୍ଗ କରିଛନ୍ତି ।

Leave A Reply

Your email address will not be published.