Latest Odisha News

BREAKING NEWS

ବାଲେଶ୍ଵରରେ ସାହିତ୍ୟ ଅକାଦେମିର ‘ଅସ୍ମିତା’

ବାଲେଶ୍ଵରରେ ସାହିତ୍ୟ ଅକାଦେମିର ‘ଅସ୍ମିତା’

● ଭାଷା ଆନ୍ଦୋଳନରେ ବାଲେଶ୍ଵରର ଅବଦାନ ସମ୍ପର୍କରେ ବ୍ୟାଖ୍ୟା କଲେ ଅତିଥିଗଣ

ବାଲେଶ୍ଵର: କେନ୍ଦ୍ର ସାହିତ୍ୟ ଅକାଦେମି ଆନୁକୂଲ୍ୟରେ ନାରୀ ସ୍ରଷ୍ଟାଙ୍କୁ ନେଇ ଏହାର ‘ଅସ୍ମିତା’ କାର୍ଯ୍ୟକ୍ରମ ବାଲେଶ୍ଵର ସଂସ୍କୃତି ଭବନରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ‘ଓଡ଼ିଆ ଭାଷାସାହିତ୍ୟ ଆନ୍ଦୋଳନରେ ବାଲେଶ୍ବର’ ଶୀର୍ଷକ ଏକ ସଂପାନକୁ ଉଦଘାଟନ କରିଥିଲେ ବିଶିଷ୍ଟ ଚିନ୍ତକ ତଥା କବି ହରପ୍ରସାଦ ଦାସ।ସାହିତ୍ୟ ଅକାଦେମିର ଓଡ଼ିଆ ଉପଦେଷ୍ଟା ମଣ୍ଡଳୀ ଆବାହକ ଡକ୍ଟର ବିଜୟାନନ୍ଦ ସିଂହ ଏଥିରେ ଅଧ୍ୟକ୍ଷତା କରିଥିଲେ। ଉଦଘାଟନୀ ଅଭିଭାଷଣରେ ମୁଖ୍ୟ ଅତିଥି ଶ୍ରୀଦାସ ଓଡ଼ିଆ ଭାଷାର ବିକାଶ ଦିଗରେ ବାଲେଶ୍ଵରର ଅତୁଳନୀୟ ଅବଦାନ ରହିଥିବା କଥା କହିବା ସହ ଓଡ଼ିଆ ଭାଷାକୁ ଅଧିକ ସମୃଦ୍ଧ କରିବା ପାଇଁ ଆମେ ସମସ୍ତେ ଉଦ୍ୟମ କରିବା ଦରକାର ବୋଲି କହିଥିଲେ।
ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ସଦସ୍ୟ ଡକ୍ଟର ତରୁଣ କୁମାର ସାହୁ ଭିତ୍ତି ପ୍ରବନ୍ଧ ପାଠ କରିଥିବା ବେଳେ ସାହିତ୍ୟ ଅକାଦେମିର ପୂର୍ବାଞ୍ଚଳ କାର୍ଯ୍ୟାଳୟର କାର୍ଯ୍ୟକ୍ରମ ଅଧିକାରୀ ମିହିର କୁମାର ସାହୁ ସ୍ବାଗତ ଅଭିଭାଷଣ ଦେଇଥିଲେ। ତପନ ରାୟ ଧନ୍ୟବାଦ ଅର୍ଣପ କରିଥିଲେ।
ପରେ ପରେ ପ୍ରଥମ ଅଧିବେଶନ କୃଷ୍ଣଚନ୍ଦ୍ର ଭୂୟାଁଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଥିଲା। ଏଥିରେ ଡକ୍ଟର ଅଭୟ ଦ୍ବିବେଦୀ, ଡକ୍ଟର ଲକ୍ଷ୍ମୀକାନ୍ତ ତ୍ରିପାଠୀ, ଡକ୍ଟର ଶିରୀଶ ଚନ୍ଦ୍ର ଜେନା ପ୍ରମୁଖ ପ୍ରବନ୍ଧ ପାଠ କରିଥିଲେ।
ପରେ ସାହିତ୍ୟ ଅକାଦେମି ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ସଦସ୍ୟ କବି ବିମଳ ଜେନାଙ୍କ ପୌରୋହିତ୍ୟରେ ଦ୍ବିତୀୟ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏଥିରେ ଡକ୍ଟର ଅରବିନ୍ଦ ଗିରି ଓ ରବୀନ୍ଦ୍ର ନାଥ ସାମଲ ପ୍ରବନ୍ଧ ପାଠ କରିଥିଲେ। ଶେଷରେ ରଂଜନ ବାଗ ଧନ୍ୟବାଦ ଅର୍ପଣ କରିଥିଲେ।

ଶେଷ ଅଧିବେଶନ ଅସ୍ମିତା

କାର୍ଯ୍ୟକ୍ରମରେ ସମାପ୍ତ ହୋଇଥିଲା। ଏଥିରେ ନିମନ୍ତ୍ରିତ ଲେଖିକାମା‌ନେ ସ୍ଵରଚିତ କବିତା ଓ ଗଳ୍ପ ପାଠ କରିଥିଲେ। ବାଲେଶ୍ଵରର କବି ଦୀପ୍ତି ଦାସ, ବାଲେଶ୍ଵରର ଗାଳ୍ପିକା ପୁଷ୍ପାଞ୍ଜଳି ନାୟକ, ବାଲେଶ୍ଵରର ଗାଳ୍ପିକା ସୈରିନ୍ଧ୍ରୀ ସାହୁ, ରାଉରକେଲାର ଗାଳ୍ପିକା ମୋନାଲିସା ମିଶ୍ର ଏବଂ ଭୁବନେଶ୍ୱରର ଗାଳ୍ପିକା କ୍ଷୀରୋଦିନୀ ବେହେରା ଅଂଶଗ୍ରହଣ କରି ନିଜ ନିଜର କବିତା ଓ ଗଳ୍ପ ପାଠ କରି ଶୁଣାଇଥିଲେ। ସହରର ବୁଦ୍ଧିଜୀବୀ ଓ ସାହିତ୍ୟିକଙ୍କ ସମାଗମରେ ସାରାଦିନର କାର୍ଯ୍ୟକ୍ରମ ବେଶ୍ ସଫଳ ହୋଇଥିଲା।
Leave A Reply

Your email address will not be published.