Latest Odisha News

ଅନଲାଇନ କୋଚିଂ ପାଇଁ ହାତ ମିଳାଇଲେ ସାଇ ଓ ଏଆଇଏଫଏଫ

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁ ସବୁ କିଛି ବନ୍ଦ ହୋଇଯାଇଛି କହିଲେ ଭୁଲ ହେବ ନାହିଁ । ଖେଳାଳିମାନଙ୍କ ପାଇଁ ପ୍ରତିେଖେଳାଳିମାନଙ୍କୁ ଉନ୍ନତ ପ୍ରଶିକ୍ଷଣ ଜରୁରୀ । ଏବେ ୨ଟି ଯାକ ସମ୍ଭବପର ହେଉ ନ ଥିବାରୁ ଭାରତୀୟ ଫୁଟବଲ ଫେଡେରେଶନ ଓ ଭାରତୀୟ କ୍ରୀଡା ପ୍ରାଧୀକରଣ ବିଭାଗ ହାତ ମିଳାଇବା ପାଇଁ ଏକତ୍ର ଅନଲାଇନ କୋଚିଂ ଦେବା ପାଇଁ ସ୍ଥିର କରିଛନ୍ତି । ସୋମବାରଠାରୁ ଏହି ଦୁଇ କ୍ରୀଡ଼ା ସଂସ୍ଥା ଅନ୍‌ଲାଇନ୍ କୋଚିଂ ଏଜୁକେଶନ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ମେ ୨ ତାରିଖରେ ଏହି କୋଚିଂ ପ୍ରକ୍ରିୟା ଶେଷ ହେବ। ୧୩ ଦିନଧରି ଚାଲିବାକୁ ଥିବା ଏହି ରିଫ୍ରେଶିଂ କୋର୍ସରେ ସାଇ ଓ ଏଆଇଏଫ୍‌ଏଫ୍‌ର ଅନୁମୋଦିତ ୪୦୦- ୫୦୦ କୋଚ୍ ସାମିଲ ହେବେ। ଅନଲାଇନ୍ ମାଧ୍ୟମରେ ଏମାନେ ଏକାଠି ହେବେ। ଏହି କୋଚିଂ ପ୍ରକ୍ରିୟାରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟ ସହ ଇଞ୍ଜୁରିରୁ କିପରି ଦୂରେଇ ରହିହେବ, ଭିଡିଓ ଆନାଲିସିସ୍ ନେଇ ଆଲୋଚନା ହେବ ବୋଲି କୁହାଯାଇଛି। ସାଇ ଓ ଏଆଇଏଫ୍‌ଏଫ୍ ଏକ ଅଭିନୟ ଉପାୟ ଅଲମ୍ବନ କରିଛନ୍ତି ଓ ଏହା ବେଶ୍ କାମରେ ଆସିବ ବୋଲି ପୂର୍ବତନ ଅନ୍ତର୍ଜାତୀୟ ଫୁଟବଲ ଖେଳାଳି ତଥା ଏଆଇଏଫ୍‌ଏଫ୍ କୋଚ୍ ସାଭିଓ ମେଡେଇରା କହିଛନ୍ତି।

Comments are closed.