Latest Odisha News

BREAKING NEWS

କ୍ବିସିଆଇ କ୍ବାଲିଟି ଚାମ୍ପିଅନ୍ ଆଓ୍ବାର୍ଡ ପାଇଲେ ସାଇ ପ୍ରତିଷ୍ଠାତା ବିଜୟ ସାହୁ

ଭୁବନେଶ୍ୱର: ଗୁଣାତ୍ମକ ଶିକ୍ଷା ପାଇଁ ସାଇ ଆନ୍ତର୍ଜାତୀୟ ଶିକ୍ଷା ଗ୍ରୁପ ପ୍ରତିଷ୍ଠାତା ଡ. ବିଜୟ କୁମାର ସାହୁଙ୍କୁ ଦ୍ୱିତୀୟ କ୍ବିସିଆଇ କ୍ବାଲିଟି ଚାମ୍ପିଅନ୍ ପୁରସ୍କାର ୨୦୨୦ ପ୍ରଦାନ କରାଯାଇଛି।

ଏନବିକ୍ବୁପିର ଚେୟାରମ୍ୟାନ୍ ଏବଂ ସିମେନ୍ସ ଇଣ୍ଡିଆର ଏମଡି ଓ ସିଇଓ ସୁନୀଲ ମାଥୁର ଗୁରୁବାର ଦିନ ଏକ ଅନଲାଇନ୍ ସମାରୋହରେ ଡ. ସାହୁଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି।

ତାଙ୍କର ଅବଦାନ ନିରନ୍ତର ଉଦ୍ୟମ ପାଇଁ ଭୁବନେଶ୍ୱର ପୂର୍ବ ଭାରତର କେ-୧୨ ଶିକ୍ଷା ହବ୍ ହୋଇପାରିଛି। ଏଥିସହିତ ଇନୋଭେସନ, ଡିଜିଟାଲ୍ ଟେକ୍ନୋଲୋଜି ଏବଂ ବୈଜ୍ଞାନିକ ଟେମ୍ପରାମେଣ୍ଟରେ ଶ୍ରୀ ସାହୁଙ୍କ ଅବଦାନ ରହିଛି।

“ଏହି ପୁରସ୍କାର ପ୍ରତ୍ୟେକ ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାରେ ମୋ ପ୍ରୟାସର ଏକ ପ୍ରମାଣ” ବୋଲି ଡ. ସାହୁ କହିଛନ୍ତି।

Comments are closed.